ଓଡିଶା

odisha

By

Published : Jan 15, 2021, 3:50 PM IST

Updated : Jan 15, 2021, 3:58 PM IST

ETV Bharat / state

ମୟୂରଭଞ୍ଜରେ ଟୁସୁ ମେଳା ପାଳିତ

ମୟୂରଭଞ୍ଜ ଜିଲ୍ଲା ଚାକଦରରେ ଟୁସୁ ମେଳା ପାଳିତ । ପରମ୍ପରା ଅନୁଯାୟୀ ମାଘ ସଂକ୍ରାନ୍ତିରେ ଅଞ୍ଚଳବାସୀ ପାଳନ୍ତି ଟୁସୁ ମେଳା । ଅଧିକ ପଢନ୍ତୁ...

ମୟୂରଭଞ୍ଜରେ ଟୁସୁ ମେଳା ପାଳିତ
ମୟୂରଭଞ୍ଜରେ ଟୁସୁ ମେଳା ପାଳିତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଚାକଦରରେ ମକର ମେଳା ବା ଟୁସୁ ମେଳା ପାଳିତ ହୋଇଛି । କୋଭିଡର ସମସ୍ତ ନିୟମକୁ ମାନି ମକର ମେଳା ବା ଟୁସୁ ମେଳା ଅନୁଷ୍ଠିତ ହୋଇଥିବା ଜଣାପଡିଛି । କେବଳ ପରମ୍ପରା ରକ୍ଷା କରିବା ପାଇଁ ଚଳିତ ବର୍ଷ ମେଳାରେ ଟୁସୁ ପରିବର୍ତ୍ତେ ଚଢଲ ପ୍ରଦର୍ଶନ ହୋଇଥିଲା, ଯାହାକି ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ଅନୁଷ୍ଠିତ ହୋଇଛି ।

ମୟୂରଭଞ୍ଜରେ ଟୁସୁ ମେଳା ପାଳିତ

ପରମ୍ପରା ଅନୁଯାୟୀ ଶ୍ରଦ୍ଧାଳୁମାନେ ଟୁସୁ ଗୀତ ଗାଇ ଟୁସୁ ମୁନିଙ୍କୁ ଆରାଧନା କରିଥାନ୍ତି । ମେଳାରେ ଢୋଲ ମାଦଳର ତାଳେ ତାଳେ ଟୁସୁ ଗୀତ ଗାଇ ନାଚିବା ପରମ୍ପରା ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ମଧ୍ୟ ନିଜର ସତ୍ତାକୁ ବଜାୟ ରଖିବା ସହ ମୟୂରଭଞ୍ଜବାସୀଙ୍କୁ ଟୁସୁ ସଂସ୍କୃତିର ବନ୍ଧନରେ ବାନ୍ଧି ରଖିପାରିଛି । କୋଭିଡର ସମସ୍ତ କଟକଣାକୁ ମାନି ଏଥର ମଧ୍ୟ ଅଞ୍ଚଳବାସୀ ଟୁସୁ ମେଳା ପାଳିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jan 15, 2021, 3:58 PM IST

ABOUT THE AUTHOR

...view details