ଓଡିଶା

odisha

ETV Bharat / state

ପୋଲିସ ଗାଡିକୁ ଧକ୍କା ଦେଲା ଘୁଷୁରୀ ବୋଝେଇ ଟ୍ରକ, ଦୁଇ ପୋଲିସ କର୍ମୀ ଆହତ

ପୋଲିସ ଗାଡିକୁ ଧକ୍କା ଦେଲା ଘୁଷୁରୀ ବୋଝେଇ ଟ୍ରକ । ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

By

Published : Oct 8, 2022, 9:57 PM IST

ପୋଲିସ ଗାଡିକୁ ଧକ୍କା ଦେଲା ଘୁଷୁରୀ ବୋଝେଇ ଟ୍ରକ, ଦୁଇ ପୋଲିସ କର୍ମୀ ଆହତ
ପୋଲିସ ଗାଡିକୁ ଧକ୍କା ଦେଲା ଘୁଷୁରୀ ବୋଝେଇ ଟ୍ରକ, ଦୁଇ ପୋଲିସ କର୍ମୀ ଆହତ

ବାରିପଦା:ମୟୂରଭଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ପୋଲିସ ଗାଡିକୁ ଧକ୍କା ଦେଲା ଘୁଷୁରୀ ବୋଝେଇ ଟ୍ରକ । ୧୮ ନମ୍ବର ଜାତୀୟ ରାଜପଥ ବାରିପଦା ଟାଉନ ପାଲବଣି ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏକ ଟ୍ରକରେ ଘୁଷୁରୀ ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ ଗାଡିକୁ ଧକ୍କା ଦେବାରୁ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ପୋଲିସ ଗାଡିକୁ ଧକ୍କା ଦେଲା ଘୁଷୁରୀ ବୋଝେଇ ଟ୍ରକ, ଦୁଇ ପୋଲିସ କର୍ମୀ ଆହତ

ମିଳିଥିବା ସୂଚନା ଅନୁଯାୟୀ, ବାରିପଦା ସ୍ଥିତ ପାଲବଣି ନିକଟରେ କେସିପୁର ଫାଣ୍ଡିର ଏକ ପୋଲିସ ଗାଡି NH18 ଦେଇ ବାରିପଦାରୁ କେସିପୁର ଫାଣ୍ଡିକୁ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଘୁଷୁରୀ ବୋଝେଇ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣା ପରେ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ସେମାନଙ୍କ ମଧ୍ୟରୁ ଜଣେ ମହିଳା ପୋଲିସ କର୍ମଚାରୀ ରହିଥିବା ବେଳେ ଜଣେ ଓ ଜଣେ ପୁରୁଷ ପୋଲିସ କର୍ମଚାରୀ ରହିଛନ୍ତି । ତେବେ ଦୁର୍ଘଟଣା ସମୟରେ ପାଖରେ ଥିବା ସ୍ଥାନୀୟ ଲୋକେ ଦୁଇ ଆହତ ପୋଲିସ କର୍ମୀଙ୍କୁ ଏକ ଯାତ୍ରୀବାହୀ ଅଟୋ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହି ଦୁର୍ଘଟଣାରେ ପୋଲିସ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଘଟଣାସ୍ଥଳରେ ବାରିପଦା ପୋଲିସ ପହଞ୍ଚି ଘୁଷୁରୀ ବୋଝେଇ ଟ୍ରକଟିକୁ ଅଟକ ରଖିଛି । ତେବେ ରାସ୍ତାରେ ଡାଇଭର୍ସନ ନଥିବା ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଅକାଳରେ ଅନେକ ଧନ ଜୀବନ ହାନି ଘଟୁଥିବାର ସ୍ଥାନୀୟ ଲୋକ ମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭାରସାମ୍ୟ ହରାଇ ଘର ଉପରକୁ ଚଢ଼ିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ

କିଛିଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମ ଦେଇ ଯାଇଥିବା ୫୦ ନମ୍ବର ରାଜ୍ୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପଶି ଯାଇଥିଲା। ସୌଭାଗ୍ୟ ବଶତଃ ସେହି ସମୟରେ ଉକ୍ତ ଘରେ କେହି ନଥିବାରୁ ବଡ ବିପଦରୁ ବର୍ତ୍ତି ଯାଇଥିଲେ ପରିବାର ଲୋକେ । କିନ୍ତୁ ଦୁର୍ଘଟଣା ଯୋଗୁଁ ଘରର ସମ୍ମୁଖ ଭାଗ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଏକତ୍ରିତ ହେବା ସହିତ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details