ଓଡିଶା

odisha

ETV Bharat / state

ଘର ଉପରେ ମାଡିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର

ମୟୂରଭଞ୍ଜ ଜିଲ୍ଲା ରାଞ୍ଚି-ବିଜୟଓ୍ବାଡା 220 ନଂ ଜାତୀୟ ରାଜପଥ ଗମ୍ଭାରିଆ ଗାଁରେ ଏକ ଘରକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣା ପରେ ଡ୍ରାଇଭର ଫେରାର । ଅଧିକ ପଢନ୍ତୁ...

By

Published : Jan 3, 2021, 4:36 PM IST

truck hits a  house in rairangapur
ଘରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର

ରାଇରଙ୍ଗପୁର: ଘରକୁ ଧକ୍କା ଦେଲା 16 ଚକିଆ ଟ୍ରକ । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ଗୋଟିଏ ପରିବାର । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମ ରାଞ୍ଚି-ବିଜୟଓ୍ବାଡା 220 ନଂ ଜାତୀୟ ରାଜପଥରେ । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏକ ଟ୍ରକ ଗମ୍ଭାରିଆ ଗାଁର ପୂର୍ଣ୍ଣିମା ମିତ ନାମକ ଜଣେ ମହିଳାଙ୍କ ଘରକୁ ଧକ୍କା ଦେଇଛି । ଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ମାତ୍ର ଘରଟି ଭାଙ୍ଗି ଯାଇଥିବାବେଳେ ତାଙ୍କର ଏକ ମୋଟର ସାଇକେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଘରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର

ସୂଚନାଯୋଗ୍ୟ, ବିଳମ୍ବିତ ରାତି ପ୍ରାୟ 2 ଟା ସମୟରେ ଟ୍ରକଟି ଦ୍ରୁତଗତିରେ ଆସି ପୂର୍ଣ୍ଣିମାଙ୍କ ଘରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଭିଆଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା । ପୂର୍ଣ୍ଣିମା ଘରେ ନଥିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଛି । କାରଣ ସେ ଦୁର୍ଘଟଣାଗ୍ରସ୍ତ କୋଠରୀରେ ପ୍ରତ୍ୟେକ ରାତିରେ ଶୋଇଥାନ୍ତି । ତାଙ୍କ ପୁଅ, ବୋହୁ, ନାତି ଅନ୍ୟ ରୁମରେ ଥିବାରୁ ଏକ ବଡ ଅଘଟଣରୁ ସେମାନେ ମଧ୍ୟ ରକ୍ଷା ପାଇଯାଇଛନ୍ତି । ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ କ୍ଷତିଗ୍ରସ୍ତ ପରିବାର କ୍ଷତିପୂରଣ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details