ରାଇରଙ୍ଗପୁର: କୁକୁଡ଼ା ବୋଝେଇ ପିକଅପ ସହିତ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା । ଟ୍ରକ ଚାଳକ ମୃତ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଅଙ୍ଗାରପଦା ନିକଟସ୍ଥ କଳାପଥର ଛକ ଠାରେ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଏକ ପାଇପ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଘଟଣାରୁ ପ୍ରକାଶ, କେନ୍ଦୁଝର ଆଡୁ ପିକଅପ ଭ୍ୟାନଟି ଆସୁଥିବା ବେଳେ କଳାପଥର ଛକ ଠାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ନିକଟସ୍ଥ ଗ୍ରାମବାସୀ ଭ୍ୟାନ ଭିତରୁ ଡ୍ରାଇଭରକୁ ଉଦ୍ଧାର କରି ଯଶିପୁର ଥାନାକୁ ଖବର ଦେଇଥିଲେ।