ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଘର ଉପରକୁ ଚଢ଼ିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ - ରାଇରଙ୍ଗପୁରରେ ସଡକ ଦୁର୍ଘଟଣା

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମ ଦେଇ ଯାଇଥିବା ୫୦ ନମ୍ବର ରାଜ୍ୟ ରାଜପଥରେ ଭାରସାମ୍ୟ ହରାଇ ଘର ଉପରକୁ ଚଢ଼ିଗଲା ଟ୍ରକ । ଫଳରେ ଦୁଇଟି ଗାଡି ସମ୍ପୁର୍ଣ୍ଣ ଭାଙ୍ଗି ଚୁରମାନ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଘର ଉପରକୁ ଚଢ଼ିଗଲା ଟ୍ରକ
ଭାରସାମ୍ୟ ହରାଇ ଘର ଉପରକୁ ଚଢ଼ିଗଲା ଟ୍ରକ

By

Published : Sep 30, 2022, 9:26 PM IST

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଘର ଉପରକୁ ଚଢ଼ିଗଲା ଟ୍ରକ । ଫଳରେ ଦୁଇଟି ଗାଡି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାନ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମ ଦେଇ ଯାଇଥିବା ୫୦ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏପରି ଏକ ଘଟଣା । ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପଶି ଯାଇଥିଲା। ସୌଭାଗ୍ୟ ବଶତଃ ସେହି ସମୟରେ ଉକ୍ତ ଘରେ କେହି ନଥିବାରୁ ବଡ ବିପଦରୁ ବର୍ତ୍ତି ଯାଇଥିଲେ ପରିବାରଲୋକେ ।

ଭାରସାମ୍ୟ ହରାଇ ଘର ଉପରକୁ ଚଢ଼ିଗଲା ଟ୍ରକ

ସୂଚନାଅନୁସାରେ, ଶୁକ୍ରବାର ଦିନ ୧୧ଟା ସମୟରେ କାତରା ଅଞ୍ଚଳରୁ OR11B0979 ନମ୍ବର ବିଶିଷ୍ଟ ଏକ ଟ୍ରକ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଲୁହାକାନୀ ଗ୍ରାମର ସେକ ମହିବୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ମାଡି ଯାଇଥିଲା। ତେବେ ସେଠାରେ ଥିବା ତାଙ୍କର ଦୁଇଟି ବାଇକ ରହିଥିବା ବେଳେ ବାଇକ ଉପରକୁ ଟ୍ରକଟି ଚଢିଯାଇଥିଲା । ଫଳରେ ଦୁଇଟି ବାଇକ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ପସୌଭାଗ୍ୟ ବଶତଃ ସେହି ସମୟରେ ଉକ୍ତ ଘରେ କେହି ନଥିବାରୁ ବଡ ବିପଦରୁ ବର୍ତ୍ତି ଯାଇଥିଲେ ପରିବାରଲୋକେ ।

ଏହା ମଧ୍ୟ ପଢନ୍ତୁ: Odisha Cabinet Meeting: 8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର

ସେପଟେ ଘରର ସମ୍ମୁଖ ଭାଗ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଏକତ୍ରିତ ହେବା ସହିତ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ତେବେ ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରି ତଦନ୍ତ ଜାରି ରଖିଛି ବିଶୋଇ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୨୪ ତରିଥ ଦିନ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଡ୍ରେନକୁ ଖସିଯାଇଥିଲା ବସ । ହେଲେ ବସ ଭିତରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ସମୟରେ ଖୁବ ଦ୍ରୁତ ଗତିରେ ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ମଧୁସ୍ମିତା ନାମକ ଏକ ଘରୋଇ ବସ ମହୁଭଣ୍ଡାର ଛକ ନିକଟରେ ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥରେରେ ଥିବା ଡିଭାଇଡର ଡ୍ରେନ ଭିତରକୁ ଖସି ଯାଇଥିଲା ।

ଇଟିିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details