ଓଡିଶା

odisha

ETV Bharat / state

ଘରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଅତ୍ୟଧିକ ମଦ୍ୟପାନ କରି ଟ୍ରକ ଚଲାଇ ଯାଉଥିବା ସମୟରେ ରାଇରଙ୍ଗପୁର ସହରର ଅଁଳାଡୁବା ଠାରେ ଦିଲିପ ମହାନ୍ତଙ୍କ ଘର ସମ୍ମୁଖରେ ଟ୍ରକକୁ ବାଡେଇ ଥିଲେ ।

By

Published : Oct 14, 2019, 1:44 AM IST

ଘରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରାଇରଙ୍ଗପୁର: ମଦ୍ୟପ ହେଲପରର ଉନ୍ମୁକ୍ତ କାଣ୍ଡ । ରବିବାର ରାତି ପ୍ରାୟ 11.30 ସମୟରେ ଦଶ ଚକିଆ ଟ୍ରକକୁ ନେଇ ରାସ୍ତା କଡରେ ପିଟିବା ଫଳରେ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ବଜାରର ବିଶ୍ବନାଥ ସାହୁଙ୍କ OR09F8533 ନଂ ବିଶିଷ୍ଟ ଏକ ଦଶ ଚକିଆ ଟ୍ରକକୁ ହେଲପର ରାଇରଙ୍ଗପୁର ବଜାର ପଟକୁ ନେଇ ଯାଉଥିଲେ । ତେବେ ହେଲପର ଜଣକ ଅତ୍ୟଧିକ ମଦ୍ୟପାନ କରି ଟ୍ରକ ଚଲାଇ ଯାଉଥିବା ସମୟରେ ରାଇରଙ୍ଗପୁର ସହରର ଅଁଳାଡୁବା ଠାରେ ଦିଲିପ ମହାନ୍ତଙ୍କ ଘର ସମ୍ମୁଖରେ ଟ୍ରକକୁ ବାଡେଇ ଥିଲେ । ତେବେ ତାଙ୍କ ଘର ସମ୍ମୁଖରେ ଥିବା ଡ୍ରେନରେ ଟ୍ରକ ଚକ ପଶି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ ।

ଘରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମାତ୍ର ଘରେ ଲାଗିଥିବା ଆଜବେଷ୍ଟସ ସବୁ ଭାଙ୍ଗି ଯାଇଥିଲା । ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ମଦ୍ୟପ ହେଲପରକୁ କାବୁ କରି ନେଇଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ରାଇରଙ୍ଗପୁର ଟାଉନ ପୋଲିସ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମଦ୍ୟପ ହେଲପରକୁ ଥାନା ନେଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details