ଓଡିଶା

odisha

ଟ୍ରକ ଧକ୍କାରେ ଅଙ୍ଗନବାଡ଼ି କର୍ମୀ ଓ ସ୍ବାମୀ ମୃତ, ଅନ୍ୟ ଜଣେ କର୍ମୀ ଗୁରୁତର

By

Published : Sep 28, 2020, 8:26 PM IST

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ସାର୍ଣା ଛକରେ ରାସ୍ତା କଡରେ ଛିଡା ହୋଇ କଥା ହେଉଥିବାବେଳେ ପିଟିଲା ଗ୍ୟାସ ବୋଝେଇ ଟ୍ରକ । ସ୍ବାମୀ ସ୍ତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଟ୍ରକ ଧକ୍କାରେ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସ୍ବାମୀ ମୃତ, ଅନ୍ୟ ଜଣେ କର୍ମୀ ଗୁରୁତର
ଟ୍ରକ ଧକ୍କାରେ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସ୍ବାମୀ ମୃତ, ଅନ୍ୟ ଜଣେ କର୍ମୀ ଗୁରୁତର

ରାଇରଙ୍ଗପୁର: ରାସ୍ତା କଡରେ ଛିଡା ହୋଇ କଥା ହେଉଥିବାବେଳେ ପିଟିଲା ଗ୍ୟାସ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଅଙ୍ଗନବାଡି କର୍ମୀ ଗୁରୁତର ଆହତ ହୋଇଛନ୍ତି ।ଏ ଭଳି ଅଭାବନୀ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ସାର୍ଣା ଛକ ନିକଟ ଆରଏମସି ଗେଟ୍ ପାଖରେ ଘଟିଛି ।

ଟ୍ରକ ଧକ୍କାରେ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସ୍ବାମୀ ମୃତ, ଅନ୍ୟ ଜଣେ କର୍ମୀ ଗୁରୁତର

ସୂଚନା ଅନୁଯାୟୀ ଆସାନଶିକଳ ଗ୍ରାମର ଅଙ୍ଗନବାଡ଼ି କର୍ମୀ ସାବିତ୍ରୀ ମୁଣ୍ଡା, ତାଙ୍କ ସ୍ବାମୀ ଶୁକ୍ରା ମୁଣ୍ଡା ଓ ଅନ୍ୟ ଜଣେ ଅଙ୍ଗନବାଡି କର୍ମୀ ନିରୂପମା ହେମ୍ବ୍ରମ ଆରଏମସି ଗେଟ୍ ପାଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ଏକ ଗ୍ୟାସ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଏହା ସହ ପାଖରେ ଥିବା ଏକ ଟ୍ରାକ୍ଟରକୁ ମଧ୍ୟ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଅଙ୍ଗନବାଡ଼ି କର୍ମୀ ସାବିତ୍ରୀ ମୁଣ୍ଡା ଓ ତାଙ୍କ ସ୍ବାମୀ ଶୁକ୍ରା ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଅନ୍ୟ ଜଣେ ଅଙ୍ଗନବାଡି କର୍ମୀ ନିରୁପମା ହେମ୍ବ୍ରମଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି । ସେପଟେ ଟ୍ରକର ଚାଳକ ଓ ହେଲପର ଫେରାର ହୋଇ ଯାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details