ବାରିପଦା: ରାଜ୍ୟର ସୁନାମଧନ୍ୟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ । ମନୋଜ ଦାସ ଆଜି ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ଏହି ମହାନ ସାହିତ୍ୟିକଙ୍କୁ ରାଜ୍ୟବାସୀ ଚିର ଦିନ ପର୍ଯ୍ୟନ୍ତ ମନେ ରଖିବେ । ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ଅକାଳ ବିୟୋଗ ରାଜ୍ୟବାସୀଙ୍କ ପାଇଁ ଏକ ଅପୁରଣୀୟ କ୍ଷତି । ମନୋଜ ଦାସଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଚିତ୍ରକର ସମରେନ୍ଦ୍ର ।
ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କୁ କଲମ କ୍ୟାପରେ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି - ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ
ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କୁ ଏକ ଛୋଟ କଲମରେ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୟୂରଭଞ୍ଜ ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରକର ସମରେନ୍ଦ୍ର ବେହେରା । ଅଧିକ ପଢନ୍ତୁ.....
ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କୁ କଲମ କ୍ୟାପରେ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି
ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରକର ପୂର୍ବରୁ ମହାପୁରୁଷ ତଥା ଓଡ଼ିଶାର ବରପୁତ୍ର ମାନଙ୍କର ନିଆରା ଚିତ୍ର ଆଙ୍କି ବିଭିନ୍ନ ସମୟରେ ଚାର୍ଚ୍ଚରେ ରହିଥାନ୍ତି । ଏଥର ପଦ୍ମଭୂଷଣ ମନୋଜ ଦାସଙ୍କ ଚିତ୍ର ଏକ କଲମ ଦେହରେ ଆଙ୍କି ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏକ୍ରିଲିକ୍ କଲର ଆଉ ତୁଳି ସାହାଯ୍ୟରେ ଖୁବ କମ ସମୟ ମଧ୍ୟରେ ସମରେନ୍ଦ୍ର ଏହି ଚିତ୍ର ଆଙ୍କିଛନ୍ତି । ୫ ଇଞ୍ଚର ପେନରେ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ପୁରା ଚିତ୍ର ଆଙ୍କିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ