ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାରେ ସାରନା ଧର୍ମ କୋଡ଼ ମାନ୍ୟତା ଦାବିରେ ଅଖିଳ ଭାରତୀୟ ସାରନା ଧର୍ମ ଚେମେଡ ଆସର ଓ ରାଇରଙ୍ଗପୁର ଆସେକା ତରଫରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଶତାଧିକ ଆଦିବାସୀ ମହିଳା ପୁରୁଷ ସାମିଲ ହୋଇ ଶୋଭାଯାତ୍ରା କରିଥିଲେ ।
ଆଦିବାସୀ ଆନ୍ଦୋଳନକାରୀମାନେ ସାରନା କୋଡ଼ ନାହିଁ ତ ନିର୍ବାଚନ ନାହିଁ, କୋଡ଼ ନାହିଁ ତ ଜନ ଗଣନା ନାହିଁ ପ୍ରଭୃତି ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାରନା ଧର୍ମ କୋଡ଼ ଲାଗୁ କରିବା ସହିତ ପେଶା ଆଇନ, ଜଙ୍ଗଲ ଜମି ଆଇନ ଲାଗୁ କରିବା, ପବିତ୍ର ଜାହିରା ସ୍ଥଳୀର ସୁରକ୍ଷା, ଶ୍ମଶାନ ପାଇଁ ଜମିପଟ୍ଟା ପ୍ରଦାନ, ଆଦିବାସୀ ପର୍ବପର୍ବାଣିରେ ସର୍ବ ଭାରତୀୟ ଛୁଟି ଘୋଷଣା କରିବା ଆଦି ସାତ ଦଫାର ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଦେଇଥିଲେ।