ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବରାଜିଆଣି ଗ୍ରାମରେ ଆଦିବାସୀଙ୍କ ପାରମ୍ପରିକ ମାରାଙ୍ଗ ଦଶନ ପର୍ବ ପାଳିତ ହୋଇଛି । ଗାଁର ସୁଖ ସମୃଦ୍ଧି, ଭଲ ଚାଷ ବାସ, ଗାଁକୁ ଦୃଷ୍ଠାତ୍ମା ଓ ଆଲୌକିକ ଶକ୍ତିଠାରୁ ରକ୍ଷା କରିବା ପାଇଁ ଏହି ପର୍ବ ପାଳନ ହୋଇଥାଏ ।
ଆଦିବାସୀଙ୍କ ଅତୁଟ ବିଶ୍ବାସର ପର୍ବ ହେଉଛି ମାରାଙ୍ଗ ଦଶନ ପର୍ବ । ତେବେ ଭିନ୍ନଭିନ୍ନ ଋତୁକୁ ନେଇ ଅନେକ ପର୍ବ ପାଳନ ହେଉଥିଲେ ମଧ୍ୟ ମାରାଙ୍ଗ ଦଶନ ପର୍ବ ହେଉଛି ଅନ୍ୟତମ । ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ବରାଜିଆଣି ଗ୍ରାମରେ ପାଳିତ ହୋଇଯାଇଛି ମାରାଙ୍ଗ ଦର୍ଶନ ପର୍ବ । ପ୍ରତ୍ୟେକ ପାଞ୍ଚ ବର୍ଷରେ ଥରେ ପାଳିତ ହୋଇଥାଏ ଏହି ପର୍ବ । ତେଣୁ ଏହି ପର୍ବ ଏକ ବଡ଼ ପର୍ବ ଭାବେ ଗାଁ ଲୋକେ ପାଳନ କରିଥାନ୍ତି।