ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, 2 ମୃତ 2 ଗୁରୁତର

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ଛକ ନିକଟରେ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି।

By

Published : Aug 17, 2020, 10:12 AM IST

accident
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର

ବାରିପଦା:ଟ୍ରାକ୍ଟର ଓଲଟି 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ଛକ ନିକଟରେ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି।

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର

ସୂଚନା ଅନୁଯାୟୀ, ଟ୍ରାକ୍ଟରଟି ତେନ୍ତୁଳିବାଟି ଗାଁରୁ ରାସଗୋବିନ୍ଦପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ 4 ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚିତ୍ରଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗୁରୁତରଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ମାତ୍ର ଡାକ୍ତରଖାନାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ତେନ୍ତୁଳିବାଟି ଗାଁର ମଙ୍ଗଳ ମୁର୍ମୁ ଏବଂ ଭୁଣ୍ଡା ମୁର୍ମୁ ବୋଲି ଜଣାପଡିଛି । ଏପଟେ ଅନ୍ୟ ଦୁଇ ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସେମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details