ଓଡିଶା

odisha

ETV Bharat / state

ମାତାପିତାଙ୍କୁ ପୂଜା କରି Valentine Day ପାଳିଲେ ଗ୍ରାମବାସୀ - ଭାଲେଣ୍ଟାଇନ ଡେକୁ ପିତୃମିତୃ ଦିବସ ପାଳିଲେ ତୋଟାପଡ଼ା ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ତୋଟାପଡା ଗ୍ରାମରେ ମାତୃପିତୃଙ୍କୁ ପୂଜା କରି ନିଆରା ଢଙ୍ଗରେ ଭାଲେଣ୍ଟାଇନ ଦିବସ ପାଳିତ । ଅଧିକ ପଢନ୍ତୁ

ମାତାପିତାଙ୍କୁ ପୂଜା କରି Valentine's Day ପାଳିଲେ ଗ୍ରାମବାସୀ
ମାତାପିତାଙ୍କୁ ପୂଜା କରି Valentine's Day ପାଳିଲେ ଗ୍ରାମବାସୀ

By

Published : Feb 14, 2022, 7:56 PM IST

ବାରିପଦା:ଆଜି(ସୋମବାର) ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସ । ପ୍ରେମର କିଛି ଅଭୁଲା ସ୍ମୃତିକୁ ଚିରଦିନ ସାଉଁଟିବାର ଦିନ । ତେବେ ଏହି ଦିନକୁ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ତୋଟାପଡା ଗ୍ରାମରେ ନିଆରା ଢଙ୍ଗରେ ପାଳିଛନ୍ତି । ତୋଟାପଡା ଗ୍ରାମବାସୀ ଏହି ଦିନକୁ ମାତୃପିତୃ ଦିବସ ଭାବେ ପାଳନ କରିଛନ୍ତି ।

ମାତାପିତାଙ୍କୁ ପୂଜା କରି Valentine's Day ପାଳିଲେ ଗ୍ରାମବାସୀ

ଭାଲେଣ୍ଟାଇନ୍ସ ଡେ’ର ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବିଭିନ୍ନ ଡେ’ର ସେଲିବ୍ରେସନ । ଆଜିଠୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ଓ୍ୱିକ୍‌। କିନ୍ତୁ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ତୋଟାପଡା ଗ୍ରାମରେ ମାତୃପିତୃ ପୂଜନ ଦିବସ ପାଳନ କରାଯାଇଛି । ସାରା ବିଶ୍ବ ଭାଲେଣ୍ଟାଇନ ସପ୍ତାହ ପାଳନ କରୁଥିବା ସମୟରେ ଭାଲେଣ୍ଟାଇନ୍ସ ଦିବସ ବିପକ୍ଷରେ ଏଭଳି ଏକ ପ୍ରୟାସ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ଗ୍ରାମରେ ବିଗତ ୫ ବର୍ଷ ଧରି ଏହି ସପ୍ତାହରେ ମାତୃ ପିତୃ ପୂଜନ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏପରି କରିବା ସହ ଅନ୍ୟମାନଙ୍କୁ ଏପରି କରିବାକୁ ଏକ ବାର୍ତା ପ୍ରଦାନ କରିଛନ୍ତି ଗ୍ରାମବାସୀ ମାନେ। ପିଲାମାନେ ପ୍ରତିଦିନ ମାତାପିତାଙ୍କୁ ପ୍ରଣାମ କରିବା ସହିତ ଭାଲେଣ୍ଟାଇନ ଦିବସ ଦିନ ପୂଜନ କରିବେ ବୋଲି ଶପଥ ଗ୍ରହଣ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details