ବାରିପଦା:କୋରୋନାର ଦ୍ଵିତୀୟ ଲହରରେ ମୟୁରଭଞ୍ଜ ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି(ରବିବାର) ଜିଲ୍ଲାରେ ପୁଣି 418 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର 272ରେ ପହଞ୍ଚିଛି ।
ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର 272ରେ ପହଞ୍ଚିଛି ତେବେ ଜିଲ୍ଲାରୁ ମୋଟ 18 ହଜାର 503 ଜଣ ସୁସ୍ଥ ହୋଇଛନ୍ତି ଏବଂ 2675 ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ଜିଲ୍ଲାର ସପ୍ତମ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା 93ରେ ସ୍ଥିର ରହିଛି ।