ଓଡିଶା

odisha

ETV Bharat / state

ଏଣିକି ଜୈବିକ ଉପାୟରେ ସୃଷ୍ଟି ହେବ ନୂଆ ଜଙ୍ଗଲ - ଜଙ୍ଗଲ ସୃଷ୍ଟିର ନୂଆ ଉପାୟ

ଧିରେ ଧିରେ ବଢିବାରେ ଲାଗିଛି ଗ୍ଲୋବାଲ ୱାର୍ମିଙ୍ଗର ପରିମାଣ । ଅବକ୍ଷୟ ହେବାରେ ଲାଗିଛି ଜଙ୍ଗଲ । ବିଶ୍ବ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ନୂଆ ଉପାୟରେ ବନୀକରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଅଧିକ ପଢନ୍ତୁ...

global warming issue, new way to create forest, super 30 green odisha workshop, ଗ୍ଲୋବାଲ ୱାର୍ମିଙ୍ଗ, ଜଙ୍ଗଲ ସୃଷ୍ଟିର ନୂଆ ଉପାୟ, ସୁପର 30 ସବୁଜ ଓଡିଶାର କର୍ମଶାଳା
ଜୈବିକ ଉପାୟରେ ସୃଷ୍ଟି ହେବ ନୂଆ ଜଙ୍ଗଲ

By

Published : Dec 6, 2019, 8:10 PM IST

ମୟୂରଭଞ୍ଜ: ଧିରେ ଧିରେ ବଢିବାରେ ଲାଗିଛି ବିଶ୍ବ ତାପମାନର କୁପରିମାଣ । ଅବକ୍ଷୟ ହେବାରେ ଲାଗିଛି ଜଙ୍ଗଲ । ବିଶ୍ବ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ନୂଆ ଉପାୟରେ ବନୀକରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏଥିରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇ ମଞ୍ଜିଯୁକ୍ତ ବଲ ପ୍ରସ୍ତୁତ କରିବା ଶିଖାଯାଉଛି । ଏହା ସାହାଯ୍ୟରେ ଅପହଞ୍ଚ ପାହାଡିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରାଯାଇପାରେ ବୋଲି ଆଶା ସଞ୍ଚାର କରାଯାଇଛି ।

ଜୈବିକ ଉପାୟରେ ସୃଷ୍ଟି ହେବ ନୂଆ ଜଙ୍ଗଲ

ଶୁକ୍ରବାର ଏନେଇ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ ସୁପର 30 ସବୁଜ ଓଡିଶା ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ମଞ୍ଜିଯୁକ୍ତ ବଲ ପ୍ରସ୍ତୁତ କରିବା ଶିଖାଯାଇଥିଲା । ଏଥିସହ ଏହି ବଲ ସାହାଯ୍ୟରେ କିପରି ଅପହଞ୍ଚ ଇଲାକାରେ ପହଞ୍ଚି ଜଙ୍ଗଲ ସୃଷ୍ଟିର ସମ୍ଭାବନା ସୃଷ୍ଟି କରାଯାଇପାରିବ ସେନେଇ ବାର୍ତ୍ତା ଦିଆଯାଇଥିଲା ।

ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଫୋପାଡି ଦିଆଯାଉଥିବା ବା ନଷ୍ଟ ହେଉଥିବା ମଞ୍ଜିଗୁଡିକୁ ଜୈବିକ ବଲରେ ପରିଣତ କରି ସେଥିରୁ ଜଙ୍ଗଲ ସୃଷ୍ଟି କରିବା । ତେବେ ଏହି ପ୍ରୟାସ ଯେ କେତେ ଫଳପ୍ରଦ ତାହା ଆଗାମୀ ସମୟ ହିଁ କହିବ ବୋଲି ମତ ପ୍ରକାଶ କରିଛନ୍ତି ପରିବେଶବିତ୍‌ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details