ଓଡିଶା

odisha

ETV Bharat / state

ମୋଟର ଯାନ ଆଇନ: ଦାସକାଠିଆ ମାଧ୍ୟମରେ ସଚେତନ

ନୂତନ ମୋଟର ଯାନ ଆଇନକୁ ନେଇ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ଲୋକଙ୍କୁ ଦାସକାଠିଆ ମାଧ୍ୟମରେ ନୂତନ ମୋଟର ଯାନ ଆଇନର ବାର୍ତ୍ତା ଦେଉଛି ଜିଲ୍ଲା ପୋଲିସ । ଏହି ସଚେତନତା ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଥିଲା ଦାସକାଠିଆ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 13, 2019, 8:42 PM IST

ବାରିପଦା: ନୂତନ ମୋଟର ଯାନ ଆଇନକୁ ନେଇ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ଲୋକଙ୍କୁ ଦାସକାଠିଆ ମାଧ୍ୟମରେ ନୂତନ ମୋଟର ଯାନ ଆଇନର ବାର୍ତ୍ତା ଦେଉଛି ଜିଲ୍ଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବମ୍ବେଛକ ଠାରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ ନାୟକ ପତାକା ଦେଖାଇ ଏହି ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ । ଶୋଭାଯାତ୍ରା ସ୍ଥାନୀୟ ଶିବ ମନ୍ଦିର ନିକଟରୁ ବାହାରି ବମ୍ବେ ଛକ ସାପ୍ତାହିକ ହାଟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା ।

ଶୋଭାଯାତ୍ରାରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଯୁବକ, ଆରକ୍ଷୀ ବାହିନୀ, ଆଞ୍ଚଳିକ ପରିବହନର କର୍ମଚାରୀ ସାମିଲ ହୋଇ ଟ୍ରାଫିକ ନିୟମ ଉପରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। "ନୋ ହେଲମେଟ, ନୋ ଲାଇଫ " ନାରା ଦେଇ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରା କରିଥିଲେ । ଏହି ସଚେତନତା ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଥିଲା ଦାସକାଠିଆ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details