ଓଡିଶା

odisha

ETV Bharat / state

ବାଘଛାଲ ଚୋରା ଚାଲାଣ ଘଟଣାର ମାଷ୍ଟର ମାଇଣ୍ଡ ଫେରାର - ବାଘଛାଲ ଚୋରା ଚାଲାଣ ମାଷ୍ଟର ମାଇଣ୍ଡ ଫେରାର

ମୟୂରଭଞ୍ଜ ଜିଲ୍ଲା ବାଘଛାଲ ଚୋରା ଚାଲାଣ ଘଟଣାରେ ଦୀର୍ଘ ଦିନର ଟ୍ରାକିଂ ପରେ ଗିରଫ ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ଅଧିକ ପଢନ୍ତୁ...

ବାଘଛାଲ ଚୋରା ଚାଲାଣ ଘଟଣାର ମାଷ୍ଟର ମାଇଣ୍ଡ ଫେରାର
ବାଘଛାଲ ଚୋରା ଚାଲାଣ ଘଟଣାର ମାଷ୍ଟର ମାଇଣ୍ଡ ଫେରାର

By

Published : Oct 17, 2020, 7:21 PM IST

Updated : Oct 17, 2020, 9:20 PM IST

ରାଇରଙ୍ଗପୁର: ବାଘଛାଲ ଚୋରା ଚାଲାଣ ଘଟଣାର ମାଷ୍ଟର ମାଇଣ୍ଡ ହାଜତରୁ ଫେରାର୍ ହୋଇଯାଇଛି । ମଣଦା ଫରେଷ୍ଟ ରେଞ୍ଜରଙ୍କ ଖାମଖିଆଲି ପାଇଁ ଗିରଫ ହୋଇ ମଧ୍ୟ ଘଟଣାର ମାଷ୍ଟର ମାଇଣ୍ଡ ଖସି ପଳାଇଥିବା ଅଭିଯୋଗ ହେଉଛି ।

ବାଘଛାଲ ଚୋରା ଚାଲାଣ ଘଟଣାର ମାଷ୍ଟର ମାଇଣ୍ଡ ଫେରାର

ସେପ୍ଟେମ୍ବର ମାସ 3 ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗ୍ରାମରେ ବାଘଛାଲ ଚୋରା ଚାଲାଣ ପାଇଁ ଯୋଜନା ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଚଢାଉ କରି ବାଘଛାଲ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଲକ୍ଷ୍ମଣ ନାଏକଙ୍କୁ ଗିରଫ କରିଥିଲା । ତେବେ ଅନ୍ୟ ମୁଖ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।

ଦୀର୍ଘଦିନର ଟ୍ରାକିଂ ପରେ ପୋଲିସ ଶେଷରେ ଅନ୍ୟ ମୁଖ୍ୟ ଅଭିଯୁକ୍ତ ଲବ ନାଏକ ଓ ସହଯୋଗୀ ପାର୍ଥ ନାଏକକୁ ପୋଲିସ ଗିରଫ କରିଥିଲା । ଗତକାଲି(ଶୁକ୍ରବାର) ରାତିରେ ଲବ ନାଏକ ଓ ପାର୍ଥ ନାୟକକୁ କରୋନା ପରୀକ୍ଷା ପାଇଁ ଫରେଷ୍ଟ ରେଞ୍ଜର ମଣଦା ଡାକ୍ତରଖାନାକୁ ନେଇଥିଲା । ଲବ ନାଏକ ପୋଲିସ ଆଖିରେ ଧୂଳି ଦେଇ ସେଠାରୁ ଫେରାର୍ ହୋଇଯାଇଛି । ତେବେ ପୋଲିସ ଲବ ନାଏକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଡେରା ପକାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Oct 17, 2020, 9:20 PM IST

ABOUT THE AUTHOR

...view details