ଓଡିଶା

odisha

ETV Bharat / state

ରାଇରଙ୍ଗପୁର ବନଖଣ୍ଡରୁ ପୁଣି ବାଘ ଛାଲ ଜବତ, ପାଞ୍ଚ ଗିରଫ - tiger skin seize latest news

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ କଟାସ ଗ୍ରାମରୁ ପୁଣି ବାଘ ଛାଲ ଜବତ। ଚୋରାରେ ବିକ୍ରି କାରବାର ଚାଲିଥିବାବେଳେ ବାଘ ଛାଲ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁର ବନଖଣ୍ଡରୁ ପୁଣି ବାଘ ଛାଲ ଜବତ, ପାଞ୍ଚ ଗିରଫ
ରାଇରଙ୍ଗପୁର ବନଖଣ୍ଡରୁ ପୁଣି ବାଘ ଛାଲ ଜବତ, ପାଞ୍ଚ ଗିରଫ

By

Published : Oct 20, 2020, 4:06 PM IST

ରାଇରଙ୍ଗପୁର: ପୁଣି ବାଘ ଛାଲ ଜବତ, ପାଞ୍ଚ ଗିରଫ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ କଟାସ ଗ୍ରାମରୁ ପୁଣି ବାଘ ଛାଲ ଜବତ। ଚୋରାରେ ବିକ୍ରି କାରବାର ଚାଲିଥିବା ବେଳେ ବନ ବିଭାଗ ଚଢାଉ କରି ବାଘ ଛାଲ ସହ ୫ ଜଣଙ୍କୁ ଗିରଫ କରାଯାଇଛି ।

ରାଇରଙ୍ଗପୁର ବନଖଣ୍ଡରୁ ପୁଣି ବାଘ ଛାଲ ଜବତ, ପାଞ୍ଚ ଗିରଫ

ବିଶେଷ ସୂତ୍ରରୁ ଖବର ପାଇ କଟାସ ଗ୍ରାମରେ ବାଘ ଛାଲ କାରବାର ଚାଲିଥିବାନେଇ ବନ ବିଭାଗ ସୁରାକ ପାଇଥିଲା । ବେପାରୀଙ୍କୁ ଧରିବା ନେଇ ଉଦ୍ୟମ ଚାଲିଥିବାବେଳେ ଶେଷରେ ତାହା ସଫଳ ହୋଇଛି। ବାଘ ଛାଲ ଜବତ କରିବା ସହ କାରବାରରେ ଲିପ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ବାଇକକୁ ଜବତ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ କୁଳିଅଣା ଅଞ୍ଚଳର ଖେଲାରାମ ହାଁସଦା ଓ ହାମ୍ବିର ଟୁଡୁ, ବିଶୋଇ ଅଞ୍ଚଳର ବାଜିନାଥ ହେମ୍ବ୍ରମ, ସନଥ ମାରାଣ୍ଡି ଓ ଜାମଦାର ତୁସିଲ ମୁର୍ମୁ ।

ରାଇରଙ୍ଗପୁର ବନଖଣ୍ଡରୁ ପୁଣି ବାଘ ଛାଲ ଜବତ, ପାଞ୍ଚ ଗିରଫ

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସ 3 ତାରିଖ ଦିନ ମଣଦା ରେଞ୍ଜ କଟାସ ଗ୍ରାମରେ ବାଘ ଛାଲ କାରବାର ଚାଲିଥିବା ବେଳେ ବନ ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ବାଘ ଛାଲ ଜବତ କରିବା ସହିତ ବଡବାଲିଚୁଆର ଲକ୍ଷ୍ମଣ ନାଏକଙ୍କୁ ଗିରଫ କରିଥିଲେ। ସେହିପରି ଅକ୍ଟୋବର ୧୭ ତାରିଖ ରବିବାର ଦିନ ଉକ୍ତ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଲବ ନାଏକ ଓ ପାର୍ଥ ନାଏକକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ବନବିଭାଗ। ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଲବ ନାଏକ ବନବିଭାଗ ଆଖିରେ ଧୁଳି ଦେଇ ମଣଦା ମେଡିକାଲରୁ ଫେରାର ହୋଇଯାଇଥିଲା।

ସେପଟେ ଶିମିଳିପାଳ ଅଭୟାରଣ୍ୟକୁ ଧ୍ବଂସ କରୁଥିବା ଶିକାରୀ ଓ ବେପାରୀଙ୍କ ଉପରେ କଡା ନଜର ରଖିବା ସହ ଅପରାଧୀଙ୍କୁ ଗିରଫ କରିବା ନେଇ ପରିବେଶବିତ ମାନେ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ABOUT THE AUTHOR

...view details