ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଦୋଳେଇଡିହି ଗାଁରେ ବାଘ ଆତଙ୍କ । ଗାଈକୁ ମାରିଲା ବାଘ । କାନାପାଟ ସଂରକ୍ଷିତ ଜଙ୍ଗଲରେ ଘଟିଛି ଏଭଳି ଘଟଣା । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଘଟଣାସ୍ଥଳରେ ଏକ ପାଦ ଚିହ୍ନ ଦେଖିବାକୁ ମିଳିଥିବାବେଳେ ଏହା ଏକ ବଡ ଧରଣର କଲରାପତରିଆ ବାଘର ପାଦ ଚିହ୍ନ ବୋଲି ବିଶୋଇ ରେଞ୍ଜର ସୂଚନା ଦେଇଛନ୍ତି।
ରାଇରଙ୍ଗପୁରରେ ବାଘ ଆତଙ୍କ, ଗାଈକୁ ମାରିଲା କଲରାପତରିଆ - ରାଇରଙ୍ଗପୁରରେ ବାଘ ଆତଙ୍କ
ରାଇରଙ୍ଗପୁରରେ ବାଘ ଆତଙ୍କ । ଦୋଳେଇଡିହି ଗାଁରେ ଏକ ଗାଈକୁ ବାଘ ମାରିବା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....
ରାଇରଙ୍ଗପୁରରେ ବାଘ ଆତଙ୍କ, ଗାଈକୁ ମାରିଲା ଚିତା
ରାଇରଙ୍ଗପୁରରେ ବାଘ ଆତଙ୍କ, ଗାଈକୁ ମାରିଲା ଚିତା
ସୂଚନା ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟା ସମୟରେ ଜଙ୍ଗଲ ମଧ୍ୟରେ ଗାଈଟିକୁ କ୍ଷତବିକ୍ଷତ ଅବସ୍ଥାରେ ମରି ପଡିଥିବାର ଦେଖି ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଗୁରୁବାର ବିଶୋଇ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ମୃତ ଗାଈ ନିକଟରେ ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ । ଅନ୍ୟପଟେ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖ ଗାଁ ଗୁଡିକରେ କୋଚିଂ କ୍ୟାମ୍ପ ଓ କଲରାପତରିଆ ବାଘର ଗତିବିଧି ଉପରେ ନଜର ରଖାଯିବ ବୋଲି ବିଶୋଇ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି କହିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ