ଓଡିଶା

odisha

ETV Bharat / state

ମାଟି କାନ୍ଥ ଭୁଶୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ - କାନ୍ଥ ଭୁଶୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ

ମାଟି କାନ୍ଥ ଭୁଶୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ । ଅଧିକ ପଢ଼ନ୍ତୁ

ମାଟି କାନ୍ଥ ଭୁଶୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ
ମାଟି କାନ୍ଥ ଭୁଶୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ

By

Published : Jun 7, 2022, 10:52 PM IST

ରାଇରଙ୍ଗପୁର : ମାଟି କାନ୍ଥ ଭୁଶୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ । ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦୁଧିଝରଣ ଗ୍ରାମର ଦଲକୀ ସାହିରେ । ସୂଚନା ଅନୁଯାୟୀ, ଦଲକୀ ସାହିର ଲାଲ ମୋହନ ଦେହୁରୀଙ୍କ ଶିଶୁ ପୁତ୍ର ଗଣେଶ ଦେହୁରୀ (୩) ପାଖ ପଡୋଶୀଙ୍କ ଘରେ ଖାଉଥିବା ସମୟରେ ତାଙ୍କ ଉପରେ ମାଟି କାନ୍ଥ ପଡିଯାଇଥିଲା ।

ଗୁରୁତର ଅବସ୍ଥାରେ ଗଣେଶକୁ ତୁରନ୍ତ ଉଦ୍ଧାର କରାଯାଇ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବାଦାମପାହାଡ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମୃତଦେହର ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details