ଓଡିଶା

odisha

By

Published : Dec 11, 2022, 6:32 PM IST

ETV Bharat / state

ଦନ୍ତା ହାତୀ ଶିକାର ଘଟଣା ଲୁଚାଇବା ଉଦ୍ୟମ, ୩ ବନ କର୍ମଚାରୀ ନିଲମ୍ବିତ

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର ଘଟଣା । ଘଟଣାକୁ ଲୁଚାଇବା ଉଦ୍ୟମରେ ୩ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

ଦନ୍ତା ହାତୀ ଶିକାର ଘଟଣା ଲୁଚାଇବା ଉଦ୍ୟମ, ୩ ବନ କର୍ମଚାରୀ ନିଲମ୍ବିତ
ଦନ୍ତା ହାତୀ ଶିକାର ଘଟଣା ଲୁଚାଇବା ଉଦ୍ୟମ, ୩ ବନ କର୍ମଚାରୀ ନିଲମ୍ବିତ

ବାରିପଦା:ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର ଓ ଦାନ୍ତ ଚୋରି ଘଟଣା । ଏହାକୁ ଲୁଚାଇବା ଅଭିଯୋଗରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭୟାରଣ୍ୟର ଜେନାବିଲ ରେଞ୍ଜ ଅଞ୍ଚଳରେ ୧୫ଦିନ ପୂର୍ବେ ହାତୀ ଶିକାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ରେଞ୍ଜର ଦାୟିତ୍ବରେ ଥିବା ଶିବ ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା, ଗାର୍ଡ ବିନୋଦ କୁମାର ଦାସଙ୍କୁ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁଯାୟୀ, ଶିମିଳିପାଳ ସଂରକ୍ଷିତ ଜଙ୍ଗଲର ଜେନାବିଲ ରେଞ୍ଜରେ ହାତୀ ଶିକାର ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ବନ କର୍ମଚାରୀମାନେ । ମୃତ ହାତୀକୁ ପୋଡ଼ି ଦେହାବଶେଷକୁ ନଦୀରେ ଭସାଇ ଦେଇଥିଲେ। ତେବେ ନିକଟସ୍ଥ ବକୁଆ ଗ୍ରାମର ବାସିନ୍ଦା ମାନେ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଅଭିଯୋଗ କରି ୩ ଦିନ ପୂର୍ବେ ବକୁଆ ଗ୍ରାମବାସୀ ଜେନାବିଲ ରେଞ୍ଜ ଘେରାଉ କରିବା ପରେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ- ଭୋକର କରୁଣ ଚିତ୍ର, ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ମହିଳା

ତିନି ବନ କର୍ମଚାରୀ ନିଳମ୍ବିତ କରାଯାଇଥିବା ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପଟି ଅଶୋକ କୁମାର ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ ଆଜି ୫୦ ଜଣ ବନ କର୍ମଚାରୀଙ୍କୁ ନେଇ ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ଯାଇଥିଲେ । ବହୁ ସମୟ ଧରି ଛାନଭିନ୍ ପରେ ହାତୀ ପୋଡ଼ା ହୋଇଥିବା ସ୍ଥାନ ଚିହ୍ନଟ କରିବା ସହନଦୀରୁ କିଛି ହାଡ଼ ମଧ୍ୟ ଜବତ କରିଥିଲେ । ଏହି ସବୁ ହାଡ଼କୁ ବିଶେଷଜ୍ଞଙ୍କ ଦ୍ବାରା ଅନୁଧ୍ୟାନ ପାଇଁ ଭୁବନେଶ୍ବର ଓୟୁଏଟିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details