ଓଡିଶା

odisha

ETV Bharat / state

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ନିର୍ମମ ହତ୍ୟା

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗ୍ରାମରେ ।

By

Published : Dec 22, 2020, 4:44 PM IST

ସ୍ତ୍ରୀକୁ ନିର୍ମମ ହତ୍ୟା କଲା ସ୍ବାମୀ
ସ୍ତ୍ରୀକୁ ନିର୍ମମ ହତ୍ୟା କଲା ସ୍ବାମୀ

ରାଇରଙ୍ଗପୁର: ପାରିବାରିକ କଳହର କରୁଣ ପରିଣତି । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ସ୍ବାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗ୍ରାମରେ ।

ଏବେ ଅଭିଯୁକ୍ତ ସ୍ବାମୀ ନାଗାଇ ହେମ୍ବ୍ରମକୁ ସ୍ତ୍ରୀ ହତ୍ୟା ଅଭିଯୋଗରେ ଗୋରୁମହିଷାଣୀ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ସକାଳେ ଗାଁ ମୁଖିଆ ରାଜମାଲ ମୁର୍ମୁକୁ ସ୍ତ୍ରୀ ଅସୁସ୍ଥ ଅଛି କହି ୧୦୮ ଆମ୍ବୁଲାନ୍ସ ଡାକିଦେବାକୁ ଅନୁରୋଧ କରିଥିଲେ ନାଗାଇ ହେମ୍ବ୍ରମ । କିନ୍ତୁ ଗାଁ ମୁଖିଆ ଓ କିଛି ଗ୍ରାମବାସୀଙ୍କୁ ନେଇ ଅଭିଯୁକ୍ତ ଘରେ ପହଞ୍ଚି ଦେଖିବାରୁ ନାଗାଇ ହେମ୍ବ୍ରମଙ୍କ ସ୍ତ୍ରୀ ଚିତା ହେମ୍ବ୍ରମ ରକ୍ତାକ୍ତ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଚିତାକୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ଅଭିଯୁକ୍ତକୁ ଗାଁ ମୁଖିଆ ପଚରାଉଚରା କରିବାରୁ ହତ୍ୟା କରିଥିବା ସ୍ବୀକାର କରିଥିଲା ନାଗାଇ । ଏନେଇ ଗ୍ରାମର ମୁଖିଆ, ଡାକୁଆଙ୍କ ସହିତ କିଛି ଗ୍ରାମବାସୀ ଗୋରୁମହିଷାଣି ଥାନାରେ ଲିଖିତ ସୂଚନା ଦେବା ପରେ ଗୋରୁମହିଷାଣି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେରେ ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ବାରିପଦାରୁ ମଧ୍ୟ ସାଇଣ୍ଟିଫିକ ଟିମ ଆସିବା ଗୋରୁମହିଷାଣୀ ପୋଲିସ ସୂଚନା ଦେଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details