ବାରିପଦା:ବାତ୍ୟା ୟସକୁ ନେଇ ସବୁଠି ଭୟ।ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ୟସ । ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ଆଲର୍ଟ ଜାରି କରାଯାଇଛି । ତେବେ ମୟୁରଭଞ୍ଜ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲା ସୀମାନ୍ତବର୍ତ୍ତୀ ଗାଁରେ କିଭଳି ରହିଛି ସ୍ଥିତି ପୂର୍ବ ବାତ୍ୟାକୁ ମନେ ପକାଇ ନିଜ ମନର କଥା କହିଛନ୍ତି ଲୋକେ ।
ମାଡି ଆସୁଛି ବାତ୍ୟା ୟସ, ପୂର୍ବ ସ୍ଥିତିକୁ ମନେ ପକାଇଲା ମୟୂରଭଞ୍ଜ - ରେଡ଼ ଆଲର୍ଟ
ପୂର୍ବ ବାତ୍ୟାକୁ ମନେ ପକାଉଛନ୍ତି ଲୋକେ । ବାତ୍ୟା ୟାସକୁ ନେଇ ଲୋକଙ୍କ ମନରେ ଭୟ । ଅଧିକ ପଢନ୍ତୁ...
ମାଡି ଆସୁଛି ବାତ୍ୟା ୟସ, ପୂର୍ବ ବାତ୍ୟାର ସ୍ଥିତିକୁ ମନେ ପକାଉଛନ୍ତି ଲୋକେ
ମାଡି ଆସୁଛି ବାତ୍ୟା ୟସ, ପୂର୍ବ ବାତ୍ୟାର ସ୍ଥିତିକୁ ମନେ ପକାଉଛନ୍ତି ଲୋକେ
ମୟଊରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାମରଡିହା ଗାଁର ଗ୍ରାମବାସୀ ବାତ୍ୟା ୟସକୁ ନେଇ କେତେକ ଲୋକ ଘରେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତକାଲି ଠାରୁ ବର୍ଷା ସହ ପବନ ଆରମ୍ଭ ହେବାକୁ ଥିବାରୁ ସବୁଠି ଭୟର ବାତାବରଣ ଦେଖାଦେଇଛି । ବାତ୍ୟା ୟସର ପ୍ରଭାବ ରାସଗୋବିନ୍ଦପୁର ବ୍ଳକରେ ଅଧିକ ମାତ୍ରାରେ ପଡିବ ବୋଲି ଜଣାପଡିଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ପ୍ରଶାସନ ଏ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ନିକଟରେ କିଭଳି ବାତ୍ୟାର ମୁକାବିଲା କରାଯିବ ସେନେଇ ପହଞ୍ଚି ପାରିନାହିଁ ପ୍ରଶାସନ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ