ବାରିପଦା:ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନବିଭାଗର ସହାୟତା ନେଇ ମିଳିତ ଭାବେ ସାରିଶୁଆ ଗାଁର ସୁରେନ ପୁର୍ତିଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉରେ ଅଭିଯୁକ୍ତ ସୋରେନଙ୍କ ଘର ଭିତରେ ଥିବା ୪ କିଲୋ ୭୩୦ ଗ୍ରାମର ବଜ୍ରକାପ୍ତା କାତି ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ତେବେ ଏହି ବଜ୍ରକାପ୍ତା କାତିକୁ ସେ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଏସଟିଏଫ ଟିମ ଚଢ଼ାଉ କରିଥିଲେ ।
ମୟୂରଭଞ୍ଜରୁ ବଜ୍ରକାପ୍ତା କାତି ଜବତ କଲା ଏସଟିଏଫ ଟିମ୍ - STF Team
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସାରିଶୁଆ ଅଞ୍ଚଳରେ ଚଢ଼ାଉ କରି ଏସଟିଏଫ ଟିମ୍ ୪.୭୩୦ ଗ୍ରାମର ବଜ୍ରକାପ୍ତା କାତି ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...
ମୟୂରଭଞ୍ଜରୁ ବଜ୍ରକାପ୍ତା କାତି ଜବତ କଲା ଏସଟିଏଫ ଟିମ୍
ମୟୂରଭଞ୍ଜରୁ ବଜ୍ରକାପ୍ତା କାତି ଜବତ କଲା ଏସଟିଏଫ ଟିମ୍
ଅଭିଯୁକ୍ତଙ୍କ କହିବାନୁଯାୟୀ କପ୍ତିପଦା ବନାଞ୍ଚଳ ଆମ୍ବଡାହି ଗ୍ରାମର ଜଣେ ଅଜଣା ବ୍ୟକ୍ତି ଠାରୁ ଏହି କାତି ଏକଲକ୍ଷ ଟଙ୍କାରେ କିଣି ଘରେ ରଖିଥିବା ନେଇ କହିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ବଜ୍ରକାପ୍ତା ରାକେଟ ସକ୍ରିୟ ହୋଇ ଉଠିଥିବାବେଳେ ବନ ବିଭାଗ ରାକେଟ ଧରିବାରେ କେତେ ସଫଳ ହେଉଛି, ତାହା ଆଗକୁ ଦେଖିବାକୁ ବାକି ରହିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ