ଓଡିଶା

odisha

ETV Bharat / state

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ: ଉତ୍ତରଓଡିଶାରେ ପାସ୍ ହାର 72.37 ପ୍ରତିଶତ

ବାରିପଦାସ୍ଥିତ ଉତ୍ତର ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବାଣିଜ୍ୟ ଦ୍ବିତୀୟ ବର୍ଷ ପରୀକ୍ଷା ଫଳ ପ୍ରକାଶିତ । ଏ ନେଇ ଅଧିକ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଶାଖାର ଉପ ସଚିବ ଜୟଦେବ ପ୍ରମାଣିକ। ଅଧିକ ପଢନ୍ତୁ.....

The results of the  plus two exam have been released
ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ: ଉତ୍ତରଓଡିଶାରେ ପାସ୍ ହାର 72.37 ପ୍ରତିଶତ

By

Published : Aug 19, 2020, 6:34 PM IST

ବାରିପଦା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତ ଦୁଇ ବାଣିଜ୍ୟର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ରେଜଲ୍ଟ ମଧ୍ୟ ବେଶ୍‌ ଉତ୍ସାହଜନକ ରହିଛି । ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ବାବଦରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ କାର୍ଯ୍ୟାଳୟ, ବାରିପଦା ପକ୍ଷରୁ ଏକ ବିବରଣୀ ପ୍ରଦାନ କରାଯାଇଛି ।

ଚଳିତବର୍ଷ ଉତ୍ତର ଓଡିଶା ଜୋନର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାସ ହାର ୭୨.୩୭ ପ୍ରତିଶତ ରହିଛି । ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୭୦.୯୮ ପ୍ରତିଶତ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ବାଲେଶ୍ଵର ଜିଲ୍ଲାର ୭୬.୪୭, କେନ୍ଦୁଝର ଜିଲ୍ଲାର ୬୫.୯୪ ଓ ଭଦ୍ରକ ଜିଲ୍ଲାର ୭୬.୧୦ ପ୍ରତିଶତ ରହିଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶା ଜୋନ ଉପ ସଚିବ ଜୟଦେବ ପ୍ରମାଣିକ ସୂଚନା ପ୍ରଦାନ କରିଛନ୍ତି ।

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ: ଉତ୍ତରଓଡିଶାରେ ପାସ୍ ହାର 72.37 ପ୍ରତିଶତ

ଯୁକ୍ତ ଦୁଇ ବାଣିଜ୍ୟରେ ମୟୂରଭଞ୍ଜ ଜିଲ୍ଲାର ସମୁଦାୟ ପରୀକ୍ଷାକେନ୍ଦ୍ରରେ ୯୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ୬୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୩୫ ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୧୫୧ ଜଣ, ତୃତୀୟ ଶ୍ରେଣୀରେ ୩୭୬ ଜଣ ଓ ଜଣେ କମ୍ପାଟମେଟାଲରେ ପାସ କରିଥିବାର ସୂଚନା ପ୍ରଦାନ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details