ଓଡିଶା

odisha

ETV Bharat / state

ପୁଣି ଖଟିଆରେ ବୁହା ହେଲେ ରୋଗୀ, କେଉଁଠି ଅଟକିଛି ବିକାଶ ? - ମୟୂରଭଞ୍ଜ

ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ମାଳମାଳ ଯୋଜନା । ରାସ୍ତା ଖଣ୍ଡିଏ ନ ଥିବାରୁ ପୁଣି ଖଟିଆରେ ରୋଗୀ ବୁହା ହୋଉଥିବା ଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ..

ପୁଣି ଖଟିଆରେ ବୁହା ହେଲେ ରୋଗୀ, କେଉଁଠି ଅଟକିଛି ବିକାଶ?
ପୁଣି ଖଟିଆରେ ବୁହା ହେଲେ ରୋଗୀ, କେଉଁଠି ଅଟକିଛି ବିକାଶ?

By

Published : Aug 29, 2020, 10:17 PM IST

ରାଇରଙ୍ଗପୁର: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ରହିଛି ମାଳମାଳ ଯୋଜନା। କିନ୍ତୁ ପ୍ରକୃତରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ । ଗାଁରେ ରାସ୍ତା ଖଣ୍ଡିଏ ନ ଥିବାରୁ ପୁଣି ଖଟିଆରେ ରୋଗୀ ବୁହା ହୋଉଥିବା ଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି।


ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବାଉତିବେଡା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବାଉତିବେଡା ପଞ୍ଚାୟତ ଅନ୍ତର୍ଗତ ବଡ଼ବାଲିଚୁଆ ଗ୍ରାମ ସ୍ଥିତ ଢ଼ିପାସାହିରେ ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ୩୫ ରୁ ଊର୍ଦ୍ଧ୍ବ ପରିବାରର ସ୍ଥାୟୀ ଭାବରେ ବସବାସ କରୁଛନ୍ତି । ମାତ୍ର ଦୁଃଖର ବିଷୟ ଏହି ସାହି ବସିନ୍ଦା ମାନଙ୍କ ପାଇଁ ଉତ୍ତମ ସଡ଼କ ଏବେ ଦିବାସ୍ୱପ୍ନ ପାଲଟିଛି । ମୁଖ୍ୟ ରାସ୍ତାରୁ ଏହି ଗ୍ରାମକୁ ସଂଯୋଗ ହୋଇଥିବା ପ୍ରାୟ ଦେଢ଼ କିଲୋମିଟର ବିଶିଷ୍ଟ ରାସ୍ତାଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାରୁ ଏହି ସାହିବାସିନ୍ଦାର ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହୋଉଛନ୍ତି।

ପୁଣି ଖଟିଆରେ ବୁହା ହେଲେ ରୋଗୀ, କେଉଁଠି ଅଟକିଛି ବିକାଶ?

ଏହି ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ସାମାନ୍ୟ ବର୍ଷାରେ ଏହି ରାସ୍ତାର ଅବସ୍ଥା ନ କହିବା ଭଲ । ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ପାଣି ଜମିଯିବାରୁ ଗ୍ରାମ ମଧ୍ୟକୁ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ପ୍ରବେଶ କରି ପାରେନାହିଁ । ଫଳରେ ରୋଗୀମାନଙ୍କୁ ଦୀର୍ଘ ଦେଢ କିଲୋମିଟର ଧରି ଖଟିଆରେ ବୁହା ହୋଇଥାଏ। ତେବେ ଏ ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ପାଇପାରିନାହାନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details