ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ନାବାଳକ ମୃତ, 3 ଦିନ ପରେ ମୃତଦେହ ଠାବ - ମୟୂରଭଞ୍ଜ ଖବର

ପୋଖରୀରେ ବୁଡି ନାବାଳକ ମୃତ । 3 ଦିନ ପରେ ପୋଖରୀରେ ଭାସୁଛି ମୃତଦେହ । ଅଧିକ ପଢନ୍ତୁ...

ପୋଖରୀରେ ବୁଡି ନାବାଳକ ମୃତ, 3ଦିନ ପରେ ମୃତ ଦେହ ଠାବ
ପୋଖରୀରେ ବୁଡି ନାବାଳକ ମୃତ, 3ଦିନ ପରେ ମୃତ ଦେହ ଠାବ

By

Published : May 26, 2021, 11:36 AM IST

ବାରିପଦା:ପୋଖରିରେ ବୁଡି ନାବାଳକ ମୃତ । 3 ଦିନ ପରେ ପୋଖରୀରେ ଭାଷୁଛି ମୃତଦେହ । ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଜଗନ୍ନାଥ ଖୁଣ୍ଟା ଠାକୁରାଣୀ ପାହାଡ଼ି ନିକଟରେ ଥିବା ପୋଖରୀରେ । ତିନି ଦିନ ତଳେ ଗାଧୋଇବା ବେଳେ ବୁଡିଯାଇ ଜଣେ ନାବାଳକ ନିଖୋଜ ଥିଲେ। ଆଜି ସକାଳୁ ନାବାଳକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି କୁଳିଆଣା ଥାନା ଅଧିନସ୍ଥ କେଶର ପୁର ଗ୍ରାମର ମଙ୍ଗଲ ସରେନ ।

ପୋଖରୀରେ ବୁଡି ନାବାଳକ ମୃତ, 3ଦିନ ପରେ ମୃତ ଦେହ ଠାବ

ମଙ୍ଗଲ ସରେନଙ୍କ ବାପା ରାମେଶ୍ବର ସରେନଙ୍କ କହିବା ମୁତାବକ ନାବାଳକ ଜଣକ ଅନ୍ୟ ବନ୍ଧୁ ମାନଙ୍କ ସହ ଗାଧେଇବା ପାଇଁ ବେକବନ କମ୍ପାନୀ ଦ୍ବାରା ପଥର ଉତ୍ତୋଳନ କରି ସୃଷ୍ଟି କରାଯାଇଥିବା ୧୦୦ଫୁଟରୁ ଉର୍ଦ୍ଧ୍ବ ଗର୍ତ କୁତ୍ରିମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା । ନିଖୋଜ ହେବା ପରେ

ଖବର ପାଇ ବାଙ୍ଗରିପୋଷି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ନାବାଳକକୁ ଖୋଜାଖୋଜି ଆରମ୍ଭ ଜାରିରଖି ଶେଷରେ ଖାଲି ହାତରେ ଫେରିଥିଲେ । ଏନେଇ ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲେ। ଆଜି ନାବାଳକ ଜଣଙ୍କ ମୃତ ଦେହ ସେହି ପୋଖରୀ ରେ ଭାସୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ପୋଖରୀ ରୁ ମୃତଦେହ ଉଦ୍ଧାର ହୋଇ ନ ଥିବା ଜଣାପଡିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ABOUT THE AUTHOR

...view details