ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଖୁରୁଣ୍ଟିଆ ଗାଁ ନିକଟ ଚାଷ ଜମିରୁ ଏକ ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନାଅନୁଯାୟୀ, ଗତ କିଛି ଦିନ ହେବ ଝାଡ଼ଖଣ୍ଡର ଦଲମା ଜଙ୍ଗଲ ରୁ ଆସିଥିବା ହାତୀପଲ ରାସଗୋବିନ୍ଦପୁର ରେଞ୍ଜରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ।
ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କଲା ବନବିଭାଗ - ହାତୀ ଉପଦ୍ରବ
ବନବିଭାଗ ଏବଂ ସ୍ଥାନୀୟ ଲୋକମାନେ ହାତୀପଲକୁ ଘଉଡାଇବା ଯୋଗୁଁ ହାତୀପଲ ଛୁଆଟିକୁ ଛାଡ଼ି ପଳାଇ ଯାଇଛନ୍ତି। ହାତୀ ଛୁଆଟି ଅସହାୟ ଅବସ୍ଥାରେ ଚାଷ ଜମିରେ ପଡିରହିଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।
ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କଲା ବନବିଭାଗ
ବନବିଭାଗ ଏବଂ ସ୍ଥାନୀୟ ଲୋକମାନେ ହାତୀପଲକୁ ଘଉଡାଇବା ଯୋଗୁଁ ହାତୀପଲ ଛୁଆଟିକୁ ଛାଡ଼ି ପଳାଇ ଯାଇଛନ୍ତି। ହାତୀ ଛୁଆଟି ଅସହାୟ ଅବସ୍ଥାରେ ଚାଷ ଜମିରେ ପଡିରହିଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ହାତୀଛୁଆକୁ ଉଦ୍ଧାର ପାଇଁ ବାରିପଦା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥଲେ ଓ ଛୁଆ ହାତୀକୁ ଉଦ୍ଧାର କରି ରାସଗୋବିନ୍ଦପୁର ରେଞ୍ଜ ବଳଦିଆ ଠାରେ ଥିବା ବନବିଭାଗର ନର୍ସରୀରେ ଚିକିତ୍ସା ଆରମ୍ଭ କରିଥିବା ଜଣାପଡ଼ିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Aug 23, 2020, 7:04 PM IST