ବାରିପଦା: ବାରିପଦା ସଦର ଥାନା ଲଷ୍ମୀପୋଷି ଫାଣ୍ଡି ନିକଟ ଚାଷଜମିରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଠାବ କରାଯାଇଛି । ସୂଚନାନୁଯାୟୀ, ସ୍ଥାନୀୟ ଅଞ୍ଚଳର ଲୋକେ ଚାଷଜମିକୁ ଯାଉଥିବାବେଳେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।
ଚାଷଜମିରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର - ମୃତଦେହ ଉଦ୍ଧାର
ବାରିପଦା ସଦର ଥାନା ଲଷ୍ମୀପୋଷି ଫାଣ୍ଡି ନିକଟ ଚାଷଜମିରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଠାବ କରାଯାଇଛି। ଅଧିକ ପଢନ୍ତୁ...
![ଚାଷଜମିରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ଚାଷଜମିରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର](https://etvbharatimages.akamaized.net/etvbharat/prod-images/768-512-9638742-612-9638742-1606136219731.jpg)
ଚାଷଜମିରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ଚାଷଜମିରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ସାଇକେଲ ସହ ଏକ ବ୍ୟାଗ ପଡିଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଯୁବକ ସେହି ଅଞ୍ଚଳର ହୋଇ ନଥିବା ବେଳେ କେହି ତାଙ୍କୁ ମାରି ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ