ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରଜ ପର୍ବ ଉପଲକ୍ଷେ ଦୋକାନ ଖୋଲି ବସିଥିବା ୪ଟି ବଡ ଲୁଗା ଦୋକାନକୁ ସିଲ୍ କଲା ରାଇରଙ୍ଗପୁର ପ୍ରଶାସନ । କୋରୋନ ଚେନକୁ ଭାଙ୍ଗିବା ପାଇଁ ସରକାର ଲକଡାଉନ ଓ ସଟଡାଉନ ଜାରି କରିଥିବାବେଳେ ଏଭଳି କିଛି ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟ ପାଇଁ କୋରୋନା ସଂକ୍ରମଣ ଥମିବାର ନା ନେଉନାହିଁ ।
କୋଭିଡ ନିୟମ ଉଲ୍ଲଂଘନ ନେଇ ୪ ଲୁଗା ଦୋକାନକୁ ସିଲ କଲା ପ୍ରଶାସନ - ଓଡିଶାର ଗଣପର୍ବ
କୋରୋନା କଟକଣାକୁ ଭୁଲି ଓଡିଶାର ଗଣପର୍ବ ରଜ ଅବସରରେ ଲୁଗା ଦୋକାନ ଖୋଲିଥିଲେ ବ୍ୟବସାୟୀ । ଭଲ ବେପାର ଆଶାରେ ଦୋକାନୀ ଚାହିଁ ରହିଥିବାବେଳେ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କଲା ପ୍ରଶାସନ । ଅଧିକ ପଢନ୍ତୁ...
କୋଭିଡ ନିୟମ ଉଲ୍ଲଂଘନ ନେଇ ୪ଟି ଲୁଗା ଦୋକାନକୁ ସିଲ କଲା ପ୍ରଶାସନ
ତେବେ ରାଇରଙ୍ଗପୁରରେ ସରକାରଙ୍କ କଟକଣାକୁ ବେଖାତିର କରି ସମସ୍ତ ଦୋକାନ ଖୋଲୁଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରି କୁମାର ଶାଢ଼ୀ, କୁମାର ଟେକ୍ସଟାଇଲ, ଗୋପାଲ କ୍ଲଥ ଷ୍ଟୋର ଓ ଶୀତଳ ଶାଢୀ ସେଣ୍ଟର ନାମକ ଏହି ଚାରୋଟି ବଡ ଲୁଗା ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଥିଲା । ଏହି ମିଳିତ ଚଢ଼ାଉରେ ରାଇରଙ୍ଗପୁର ଏସଡିପିଓ, ତହସିଲଦାର, ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଟାଉନ ଥାନା ଆଇଆଇସିଙ୍କ ଉପସ୍ଥିତିରେ ଦୋକାନ ସିଲ୍ କରାଯାଇଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ