ଓଡିଶା

odisha

ETV Bharat / state

କରଞ୍ଜିଆ ଏନଏସି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ - କରଞ୍ଜିଆ ଏନଏସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ....

କରଞ୍ଜିଆ ଏନଏସି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
କରଞ୍ଜିଆ ଏନଏସି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

By

Published : Jun 28, 2021, 7:48 PM IST

ରାଇରଙ୍ଗପୁର: କରଞ୍ଜିଆ ଏନଏସି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି।

କରଞ୍ଜିଆ ଏନଏସି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ସୋମବାର ଅପରାହ୍ନରେ କୌଣସି କାରଣରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋଦାମ ଘରେ ନିଆଁ ଲାଗିଥିଲା। ଗୋଦାମ ଘରେ ଥିବା ମଶା ତେଲଠୁ ଆରମ୍ଭ କରି ବହୁ ଦରକାରୀ ଉପକରଣ ସହିତ ବହୁ ଜିନିଷପତ୍ର ପୋଡି ଯାଇଥିଲା। ତେବେ ୩୦୦ ପ୍ୟାକେଟ ବ୍ଲିଚିଂ ପାଉଡର, ୫୦୦୦ଲିଟର ମଶାତେଲ ଓ ୫୦୦ ଲିଟରରୁ ଊର୍ଦ୍ଧ୍ବ ଫିନାଇଲ ନଷ୍ଟ ହୋଇଥିବାର ସୂଚନା ମିଳିଛି ।

ଖବର ପାଇ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ତେବେ ନିଆଁ ଲାଗି ବେଶ୍ କିଛି ସମୟ ପାଇଁ ଅଞ୍ଚଳ ଧୂଆଁମୟ ହୋଇ ପଡ଼ିଥିଲା । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ଯୋଗୁଁ ହୋଇ ଥାଇପାରେ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details