ଓଡିଶା

odisha

ETV Bharat / state

ବାରିପଦା ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା - tension prevails in medical

ମୃତ ଶିଶୁ ଜନ୍ମକୁ ନେଇ ବାରିପଦା ମେଡିକାଲରେ ଉତ୍ତେଜନା । ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ । ଅଧିକ ପଢନ୍ତୁ...

ମୃତ ଶିଶୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି
ମୃତ ଶିଶୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି

By

Published : Feb 1, 2020, 12:20 PM IST

ବାରିପଦା: ଡାକ୍ତରଙ୍କ ଅବହେଳାରୁ ମୃତ ଶିଶୁ ଜନ୍ମ । ପ୍ରସବ ସ୍ବାଭାବିକ ହେବ କହି ଶେଷରେ ମୃତ ଶିଶୁ ଜନ୍ମ ଦେଇଥିଲେ ଗର୍ଭବତୀ । ଏହା ସହ ପ୍ରସବ କରାଇବାକୁ ସମ୍ପୃକ୍ତ ଚିକିତ୍ସିକ ଓ କର୍ମଚାରୀ ଲାଞ୍ଚ ମାଗିଥିବାର ଅଭିଯୋଗ ହୋଇଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ । ଯାହାକୁ ନେଇ ଏବେ ତ୍ରୀବ ଉତ୍ତେଜନା ଦେଖାଦେଇଛି ।

ମୃତ ଶିଶୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି

ବାରିପଦା ସଦର ଥାନା ଅନ୍ତର୍ଗତ ସମାଖୁଣ୍ଟା ବ୍ଲକର ପାଇକସବା ଗ୍ରାମପଞ୍ଚାୟତ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ପତ୍ନ ସୁରେଖା । ଗତ ବୁଧବାର ସୁରେଖାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ମହିଳାଙ୍କ ପ୍ରସବ ସ୍ବାଭାବିକ ହେବ କହି ଡାକ୍ତର ଓ ନର୍ସମାନେ ସୁରେଖାଙ୍କ ସମ୍ପର୍କୀୟଙ୍କୁ ବୁଝାଇ ଦେଇଥିଲେ । ଏପରିକି ଡାକ୍ତର ଦିନ ଗଡେଇବା ସହ ସୁରେଖାଙ୍କ ଯନ୍ତ୍ରଣା ବଢିବାରେ ଲାଗିଥିଲା ।

ଯାହାକୁ ନେଇ ପରିବାର ପକ୍ଷରୁ ଅସ୍ତ୍ରୋପଚାର କରିବାକୁ ଡାକ୍ତରଙ୍କୁ କହିଥିଲେ । ତଥାପି ଡାକ୍ତର ସ୍ବାଭାବିକ ପ୍ରସବ ହେବ କହି ସେମାନଙ୍କ ଅନୁରୋଧକୁ ଏଡାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଫଳରେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ ସୁରେଖା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ସେପଟେ, ଏହି ଘଟଣାକୁ ନେଇ ସୁରେଖାଙ୍କ ସ୍ବାମୀ ଚନ୍ଦନ ବେହେରା ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details