ବାରିପଦା: ରାଜ୍ୟ ସରକାରଙ୍କ ଟଙ୍କାକିଆ ଚାଉଳରେ ଅପମିଶ୍ରଣ । ହିତାଧିକାରୀଙ୍କୁ ଦିଆଯାଉଛି ନିମ୍ନମାନର ଚାଉଳ ଆଉ ସେଥିପାଇଁ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଯୁଗଳ ଗ୍ରାମପଞ୍ଚାୟତରେ ଦେଖାଦେଇଛି ଉତ୍ତେଜନା ।
ସୂଚନା ଅନୁଯାୟୀ, ହିତାଧିକାରୀ ଚାଉଳ ନେବାପରେ ଚାଉଳରେ ପୋକ ସହ ଗୋଡି ମିଶା ଚାଉଳ ଦେଖିବାକୁ ପାଇଥିଲେ । ହିତାଧିକାରୀଙ୍କ ଅଭିଯୋଗ ଚାଉଳ ବିକ୍ରି ଦାୟିତ୍ୱରେ ଥିବା ଯୋଗାଣ ସହାୟକ ବାହାରୁ କମ ଦରରେ ଚାଉଳ ଆଣି ହିତାଧିକାରୀଙ୍କୁ ଦେଉଛି । ଶହ ଶହ ଲୋକ ଏକାଠି ରୁଣ୍ଡ ହୋଇ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯୋଗାଣ ସହାୟକଙ୍କୁ ଗୋଦାମ ତାଲା ପକାଇ ଦେଇଥିଲେ ।