ଓଡିଶା

odisha

By

Published : Mar 16, 2021, 7:21 AM IST

ETV Bharat / state

ଶାଳ କାଠ ନେଇ ଯାଉଥିବା ଟ୍ରାକ୍ଟର ଜବତ; ଡ୍ରାଇଭର, କାଠ ମାଫିଆ ଫେରାର

କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଜମୁନାଳିଆ ଗ୍ରାମରୁ ଶାଳ କାଠ ଗଣ୍ଡି ସହ ଏକ ଟ୍ରାକ୍ଟରକୁ ଜବତ କରିଛି ବନବିଭାଗ । ତେବେ ଘଟଣାସ୍ଥଳରୁ ଡ୍ରାଇଭର ସମେତ କାଠ ମାଫିଆ ଫେରାର ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

ଶାଳ କାଠ ନେଇ ଯାଉଥିବା ଟ୍ରାକ୍ଟର ଜବତ, ଡ୍ରାଇଭର ସମେତ କାଠ ମାଫିଆ ଫେରାର
ଶାଳ କାଠ ନେଇ ଯାଉଥିବା ଟ୍ରାକ୍ଟର ଜବତ, ଡ୍ରାଇଭର ସମେତ କାଠ ମାଫିଆ ଫେରାର

ରାଇରଙ୍ଗପୁର: ଶାଳ କାଠ ନେଇ ଯାଉଥିବା ବେଳେ ଟ୍ରାକ୍ଟରକୁ ଜବତ କଲା ବନବିଭାଗ । ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଜମୁନାଳିଆ ଗ୍ରାମରୁ ଶାଳ କାଠ ଗଣ୍ଡି ସହ ଏକ ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ସମେତ କାଠ ମାଫିଆ ଫେରାର ହୋଇଯାଇଛନ୍ତି ।

ଶାଳ କାଠ ନେଇ ଯାଉଥିବା ଟ୍ରାକ୍ଟର ଜବତ, ଡ୍ରାଇଭର ସମେତ କାଠ ମାଫିଆ ଫେରାର

ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ, ଫରେଷ୍ଟର ତପନ କୁମାର ମହାନ୍ତ, ମନୋଜ ବେହେରା ପେଟ୍ରୋଲିଂ କରୁଥିବା ବେଳେ ଶାଳ କାଠ ଗଣ୍ଡିକୁ ଏକ ନମ୍ବର ବିହୀନ ଟ୍ରାକ୍ଟର ଘୋଷାରୀ ନେଉଥିବା ସମୟରେ ଧରାପଡିଥିଲା। ଏନେଇ ବନବିଭାଗ ଟ୍ରାକ୍ଟର ଓ ଶାଳକାଠକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details