ଓଡିଶା

odisha

ETV Bharat / state

ଭାରପ୍ରାପ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୪ ଗିରଫ - ସାରସକଣା ଭାରପ୍ରାପ୍ତ ତହସିଲଦାର

ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ସାରସକଣା ଭାରପ୍ରାପ୍ତ ତହସିଲଦାର ମୋହିନୀ କୁମାର ନାଏକ । ଏହି ମାମଲାରେ ପୋଲିସ ଆଜି 4 ଜଣଙ୍କୁ ଗିରଫ କରିଛି । ଆଗକୁ ପଢନ୍ତୁ...

Ready To Air
Ready To Air

By

Published : Jan 31, 2020, 8:54 PM IST

ବାରିପଦା: ସାରସକଣା ତହସିଲର ଭାରପ୍ରାପ୍ତ ତହସିଲଦାର ମୋହିନୀ କୁମାର ନାଏକଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗତ ୨୯ ତାରିଖ ବିଳମ୍ବିତ ରାତ୍ରିରେ ସାରସକଣା ତହସିଲ ଅନ୍ତର୍ଗତ ଯମୁନାପାଳ-କୁମ୍ଭୀରମୁଣ୍ଡି ଠାରେ ବେଆଇନ ବାଲି ଚାଲାଣ ହେଉଥିବାର ଖବର ପାଇ ଭାରପ୍ରାପ୍ତ ତହସିଲଦାର ଏକ ସ୍କର୍ପିଅ ଗାଡିରେ ସେଠାରେ ପହଁଚିଥିଲେ । ଫଳରେ ସେଠାରେ ଉପସ୍ଥିତ ରହିଥିବା କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ ।

ଭାରପ୍ରାପ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୪ ଜଣଙ୍କୁ ଗିରଫ କଲା ପୋଲିସ

ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ ପାଣ୍ଡରା ଗ୍ରାମ ନିକଟରେ ୮ରୁ ୧୦ ଜଣ ଲୋକ ତହସିଲଦାରଙ୍କ ଗାଡିକୁ ଅଟକାଇ ଗାଡି ଭଙ୍ଗାରୁଜା କରିଥିଲେ । ଏହାସହ ଭାରପ୍ରାପ୍ତ ତହସିଲଦାର ଓ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ । ତେବେ ଏ ନେଇ ତହସିଲଦାର ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଆଜି ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୬ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ କେକେ ହରି ପ୍ରସାଦ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details