ଓଡିଶା

odisha

ETV Bharat / state

ସନ୍ଦେହରେ ପଣ୍ଡୁପାଣି ଆଶ୍ରମ ସ୍କୁଲର ଛାତ୍ରଙ୍କ ମୃତ୍ୟୁ - ପଣ୍ଡୁପାଣି ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ପଣ୍ଡୁପାଣି ଆଶ୍ରମ ସ୍କୁଲରେ ଛାତ୍ରର ମୃତ୍ୟୁ । ମୃତ୍ୟୁକୁ ନେଇ ସନ୍ଦେହରେ ପରିବାର । ଅଧିକ ପଢ଼ନ୍ତୁ

ସନ୍ଦେହରେ ପଣ୍ଡୁପାଣି ଆଶ୍ରମ ସ୍କୁଲର ଛାତ୍ରଙ୍କ ମୃତ୍ୟୁ
ସନ୍ଦେହରେ ପଣ୍ଡୁପାଣି ଆଶ୍ରମ ସ୍କୁଲର ଛାତ୍ରଙ୍କ ମୃତ୍ୟୁ

By

Published : Jul 28, 2022, 8:03 PM IST

ରାଇରଙ୍ଗପୁର : ପଣ୍ଡୁପାଣି ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ପଣ୍ଡୁପାଣି ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ମୁନା ମାରାଣ୍ଡି । ମୁନା ବୁଧବାର ହଷ୍ଟେଲରେ ଥିବାବେଳେ ରାତି ପ୍ରାୟ ୯.ଟାରେ ଅସୁସ୍ଥ ହୋଇ ପଡ଼ିଥିଲେ । ଏ ନେଇ ଛାତ୍ରମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।

ସନ୍ଦେହରେ ପଣ୍ଡୁପାଣି ଆଶ୍ରମ ସ୍କୁଲର ଛାତ୍ରଙ୍କ ମୃତ୍ୟୁ

କିନ୍ତୁ ହଷ୍ଟେଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଏହାପରେ ହଷ୍ଟେଲ ଛାତ୍ରମାନେ ମୁନାର ମା'ଙ୍କୁ ଏବିଷୟରେ ଜଣାଇଥିଲେ । ତେବେ ଆଜି ସକାଳୁ ମୁନା ନଉଠିବାରୁ ସ୍କୁଲ କର୍ତ୍ତୃପକ୍ଷ ଏକ ଅଟୋ ଯୋଗେ ମୁନାକୁ ବହଳଦା ମେଡିକାଲକୁ ନେଇଥିଲେ । ପରେ ହଷ୍ଟେଲ ଛାତ୍ରମାନେ ଧରମଡିହିରେ ରହୁଥିବା ମୁନାର ମା' ଦାଦି ମାରାଣ୍ଡିଙ୍କୁ ଖବର ଦେଇଥିଲେ ।

ହେଲେ ସେତେବେଳକୁ ମୁନାର ଅବସ୍ଥା ସଙ୍କଟାପନ୍ନ ହେବାରୁ ବହଳଦା ମେଡିକାଲ ଡାକ୍ତର ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ମୁନାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ତଦନ୍ତ କରିବା ସହ ଆଲୋଚନା କରିଥିଲା । ପରେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲା ।

ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ହେଉଛି ହଷ୍ଟେଲ କତ୍ତୃପକ୍ଷ ମୁନା ଅସୁସ୍ଥ ଥିବା ଜାଣି କାହିଁକି ତାକୁ ରାତିରେ ତୁରନ୍ତ ନିକଟସ୍ଥ ତିରିଂ ମେଡିକାଲକୁ ନେଲେ ନାହିଁ । ହଷ୍ଟେଲ କତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଛାତ୍ରଟିର ମୃତ୍ୟୁ ହୋଇଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ହଷ୍ଟେଲ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମୃତ ମୁନାର ମା' ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details