ଓଡିଶା

odisha

ETV Bharat / state

ଭୋଟଦେଲେ ସୁଦାମ ମାରାଣ୍ଡି - sudam marndi

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସଂରକ୍ଷିତ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସୁଦାମ ମାରାଣ୍ଡି ବାରିପଦା ସହରର ପୂର୍ଣ୍ଣଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର 44 ନମ୍ବର ବୁଥ ନିଜର ମତାମତ ସାବ୍ୟସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଫେସବୁକ@Sudam Marandi

By

Published : Apr 29, 2019, 2:26 PM IST

Updated : Apr 29, 2019, 2:51 PM IST

ମୟୂରଭଞ୍ଜ: ସୋମବାର ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ରାଜ୍ୟର 6 ଲୋକସଭା ଏବଂ ଏହା ଅଧିନସ୍ଥ ବିଧାନସଭା ଆସନ ପାଇଁ ଚାଲିଛି ଭୋଟଗ୍ରହଣ ଏହିକ୍ରମରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ବାଙ୍ଗିରିପୋଷି ସଂରକ୍ଷିତ ବିଧାନସଭା ପାଇଁ କରାଯାଉଛି ଭୋଟଗ୍ରହଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଆସନର ବିଜେଡି ପ୍ରାର୍ଥୀ ତଥା କ୍ରୀଡା ଓ ଯୁବ ବ୍ୟାପାର ସୁଦାମ ମାରାଣ୍ଡି ବାରିପଦା ସହରର ପୂର୍ଣ୍ଣଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର 44 ନମ୍ବର ବୁଥ ନିଜର ମତାମତ ସାବ୍ୟସ୍ତ କରିଛନ୍ତି । ସେ ନିଜର ଧର୍ମପତ୍ନୀଙ୍କ ସହ ଆସି ଭୋଟ ଦେଇଥିଲେ । ସୁଦାମ 4 ଥର ବିଧାୟକ ଜିତିଥିବା ବେଳେ ଥରେ ମୟୁରଭଞ୍ଜ ସାଂସଦ ମଧ୍ୟ ହୋଇଥିଲେ । ଗତ 2014 ନିର୍ବାଚନରେ ବିଜେଡି ଟିକେଟରେ ବାଙ୍ଗିରିପୋଷି ଆସନରୁ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହେବା ସହ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବ ଦାୟୀତ୍ବ ଗ୍ରହଣ କରିଥିଲେ। ପୁଣିଥରେ ଏଠାରୁ ନିର୍ବାଚନ ଲଢୁଛନ୍ତି ସେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 29, 2019, 2:51 PM IST

ABOUT THE AUTHOR

...view details