ଓଡିଶା

odisha

ETV Bharat / state

ମଧ୍ୟାହ୍ନ ଭୋଜନକୁ ନେଇ ଅସନ୍ତୋଷ, ଭାତ ଥାଳି ଧରି ବ୍ଲକ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା - ଭାତ ଥାଳି ଧରି ବ୍ଲକରେ ଧାରଣା ଦେଲେ ଛାତ୍ରଛାତ୍ରୀ

ମୟୂରଭଞ୍ଜରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି । ବ୍ଲକ କାର୍ଯ୍ୟାଳୟରେ ଭାତ ଥାଳି ଧରି ଧାରଣା ଦେଲେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଭାତ ଥାଳି ଧରି ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ
ଭାତ ଥାଳି ଧରି ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ

By

Published : Apr 3, 2023, 8:49 PM IST

ରାଇରଙ୍ଗପୁର: ମଧ୍ୟାହ୍ନ ଭୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ଭାତ ଥାଳି ଧରି ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ । ବିନୋଦ ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଯାହାକୁ ନେଇ ଆଜି ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଭାତ ଥାଳି ଧରି ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ ।

ମଧ୍ୟାନ ଭୋଜନକୁ ନେଇ ଅସନ୍ତୋଷ

ଏହା ବି ପଢ଼ନ୍ତୁଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣକୁ ଅନୁମତି, ସପ୍ତାହକୁ ଦୁଇ ଦିନ ଉଡ଼ିବ ବିମାନ

ସୂଚନା ଅନୁଯାୟୀ, ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ କେବଳ ଭାତ ଦିଆ ଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ତରକରୀ ମିଳୁନାହିଁ । ଫଳରେ ଆନ୍କ ସମୟରେ ପିଲାମାନେ ଖାଲି ଭାତ ଖାଉଥିବା ଏସଏମସି କମିଟିର ପକ୍ଷରୁ ଅଭିଯୋଗ ହୋଇଛି । ତରକାରୀ ନଦେବାରୁ ପିଲାମାନେ ଭାତ ଖାଇ ନପାରି ଏ ବିଷୟରେ ଅଭିଭାବକଙ୍କୁ ଅବଗତ କରାଇ ଥିଲେ । ଏହାପରେ ସମସ୍ତ ଛାତ୍ରଛାତ୍ରୀ ଭାତ ଥାଳି ଧରି ରାସଗୋବିନ୍ଦପୁର ବ୍ଲକ ପରିସରରେ ଧାରଣା ଦେଇଥିଲେ।

ମଧ୍ୟାନ ଭୋଜନକୁ ନେଇ ଅସନ୍ତୋଷ

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଏସଏସଜି ମହିଳାମାନେ ଥିବା ବେଳେ ତରକାରୀର ଅଭାବ ଦୀର୍ଘ ଦିନ ଧରି ଲାଗି ରହିଥିବା ଅଭିଯୋଗ ହୋଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମନମୁଖି ଭାବେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନୁଯାୟୀ କମ ପରିମାଣରେ ତରକାରୀ ପ୍ରସ୍ତୁତ କରୁଥିବା ସଏମସି କମିଟିର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଛାତ୍ରଛାତ୍ରୀ ଧାରଣା ଦେଇଲେ । ଏ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହିତ ପୁଙ୍ଖାନୁପୁଙ୍ଖନ ଭାବରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିକ୍ଷା ଅଧିକାରୀଙ୍କ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ ଛାତ୍ରଛାତ୍ରୀ ।


ତେବେ ସ୍କୁଲ, ଅଙ୍ଗନୱାଡ଼ିଗୁଡିକରେ ବାରମ୍ବାର ଏହିପରି ଅଭାବନୀୟ ଘଟଣା ସବୁ ଘଟୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଗତ ଶନିବାର ଦିନ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବେଲବୋରିଆ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଥିଲେ ଗ୍ରାମବାସୀ । ପୂର୍ବରୁ ଗର୍ଭବତୀ, ମାଆ ଓ ଶିଶୁମାନଙ୍କୁ ନିମ୍ନ ମାନର ଛତୁଆ, ବାଦାମ, ଗୁଡ଼, ଲଡୁ ଦିଆ ଯାଉଥିବା ନେଇ ବିଡ଼ିଓ, ସିଡିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରାଯାଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

TAGGED:

ABOUT THE AUTHOR

...view details