ଓଡିଶା

odisha

By

Published : Sep 30, 2022, 12:41 PM IST

ETV Bharat / state

MPC କଲେଜରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର କଲେଜରେ ନାନା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅବଗତ କଲେ ଛାତ୍ରାଛାତ୍ରୀ । ଅଧିକ ପଢନ୍ତୁ

MPC କଲେଜରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ
MPC କଲେଜରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ବାରିପଦା: ଅବ୍ୟବସ୍ଥା ଘେରରେ ବାରିପଦା ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର କଲେଜ(Maharaja purna chandra Junior College) । କଲେଜରେ ନାନା ସମସ୍ୟା ଦେଖା ଦେଇଥିବାବେଳେ, ଏନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ, କଲେଜର ସମସ୍ୟା ବିଷୟରେ ଅବଗତ କରିବା ସହ ଏହାର ସମାଧାନ କରିବାକୁ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ଜଣାଇଛନ୍ତି ।

MPC କଲେଜରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର କଲେଜରେ ପାଠପଢା ଠିକ ସେ ହେଉନଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମ ଗୃହ କି ଶୌଚାଳୟର ସୁବିଧା ନାହିଁ, ଖାଲି ଏତିକି ନୁହଁ ଏପରି ନାନା ସମସ୍ୟାର ସମାଧାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବରଂ ସମାଧାନ ପରିବର୍ତ୍ତେ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ଶେଷରେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରାଇବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ । ଦାବି ପତ୍ରରେ କଲେଜ ଅଧ୍ୟକ୍ଷଙ୍କୁ ବଦଳି ପାଇଁ ମଧ୍ୟ କୁହାଯାଉଛି । ତେବେ ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବାରିପଦା ବ୍ୟାଙ୍କ ଅଫ ବରୋଦାରେ ଅଗ୍ନିକାଣ୍ଡ

ଏନେଇ କଲେଜର ଛାତ୍ର ପ୍ରଦ୍ୟୁମ୍ନ କୁମାର ସାହୁ କହିଛନ୍ତି ଯେ, ''କଲେଜର ଥିବା ଅନେକ ସମସ୍ୟା ନେଇ ଆମେ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲୁ, ଆମ କଲେଜରେ ବଏଜ କମନରୁମ ନାହିଁ, ଶୌଚାଳର ଅବସ୍ଥା ମଧ୍ୟ ଭଲ ନାହିଁ, କଲେଜରେ ମଧ୍ୟ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ବ ଦିଆଯାଉନାହିଁ । କଲେଜର ସାର୍‌, ମାଡାମ ଓ କିଛି ପିଅନ ରହିଛନ୍ତି, ସେମାନେ ପିଲାମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି, ଆମ କଲେଜରେ ୨ହଜାର ପିଲା, ପିରିୟଡ ଫାଙ୍କା ପଡିଲେ ଗୋଟିଏ କମନରୁମରେ ସମସ୍ତଙ୍କୁ ବସିବାକୁ ଜାଗା ନାହିଁ । ଯଦି କଲେଜର ଅନ୍ୟ କେଉଁ ସ୍ଥାନରେ ବସୁଛୁ ତେବେ ଆମକୁ କଲେଜରୁ ବାହାରି ଯିବାକୁ କହୁଛନ୍ତି ।

ଏନେଇ ଯଦି କଲେଜ ଅଧ୍ୟକ୍ଷଙ୍କୁ କହିଲେ ସେ ହାତ ଉଠାଇବା ସହ ଆମକୁ ଗାଳି ଗୁଲଜ କରୁଛନ୍ତି । ଯଦି ତାଙ୍କ ବିରୋଧରେ କିଛି କରିବା ପାଇଁ କହୁଛୁ ତେବେ ଆମକୁ କଲେଜରୁ ଟିସି ଦେଇ ଦେବେ ବୋଲି କହୁଛନ୍ତି । କଲେଜ ଅଧ୍ୟକ୍ଷ ରାଜନୀତି ଚଲାଇଛନ୍ତି, ସେ ଥିଲା ପର୍ଯ୍ୟନ୍ତ କଲେଜର ଉନ୍ନତି ହୋଇପାରିବ ନାହିଁ, ତେଣୁ ଆମେ ଚାହୁଁଛୁ କଲେଜ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରାଯାଉ । ଯଦି କଲେଜ ଅଧ୍ୟକ୍ଷ ପରିବର୍ତ୍ତନ ନ ହୁଅନ୍ତି ତେବେ ଆମେ କଲେଜର ରାସ୍ତା ବନ୍ଦ କରିଦେବୁ, କୌଣସି କ୍ଲାସ ହେବାକୁ ଦେବୁ ନାହିଁ, କ୍ଲାସ ସସପେଣ୍ଡ କରି ଷ୍ଟ୍ରାଇକ କରିବୁ ।''

ABOUT THE AUTHOR

...view details