ଓଡିଶା

odisha

ETV Bharat / state

ଛାତ୍ର କାଠ ବୋହିବା ଭିଡ଼ିଓ ଭାଇରାଲ, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ - ମୟୂରଭଞ୍ଜରେ କାଠ ବୋହିଲେ ଛାତ୍ର

କୁଳିଅଣା ବ୍ଲକ ନୋଧନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କାଠ ବୋହିବା ଭିଡ଼ିଓ ଭାଇରାଲ । ଘଟଣା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିଜ ଭୁଲ ସ୍ବୀକାର କରିଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୁଳିଅଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

ଛାତ୍ର ସାଇକେଲରେ କାଠ ବୋହିବା ଭିଡ଼ିଓ ଭାଇରଲ, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଛାତ୍ର ସାଇକେଲରେ କାଠ ବୋହିବା ଭିଡ଼ିଓ ଭାଇରଲ, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

By

Published : Jan 29, 2020, 3:01 PM IST

ବାରିପଦା: କିଛି ଦିନ ତଳେ କୁଳିଅଣା ବ୍ଲକ ନୋଧନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କାଠ ବୋହିବା ଭିଡ଼ିଓ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଭାଇରାଲ ପରେ ପ୍ରଶ୍ନ ଘେରକୁ ଆସିଥିଲା ଜିଲ୍ଲା ଶିକ୍ଷା ବିଭାଗ । ଏବେ ଏହି ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୁଳିଅଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ସରକାରଙ୍କ ନିର୍ଦ୍ଦେଶକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ ନ କରାଇବା ପାଇଁ ଗଣଶିକ୍ଷା ବିଭାଗ ବାରମ୍ବାର କହୁଛି, ମାତ୍ର ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ନୋଧନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ୩ଜଣ ଛାତ୍ରଙ୍କୁ କାଠ ଆଣିବାକୁ ପଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଛାତ୍ର କାଠ ବୋହିବା ଭିଡ଼ିଓ ଭାଇରାଲ, ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଛାତ୍ରମାନେ କାଠ ଆଣୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ଏହି ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଜ ଭୁଲ ସ୍ବୀକାର କରିଥିଲେ ମଧ୍ୟ କ୍ୟାମେରା ସମ୍ମୁଖରେ କିଛି ମନ୍ତବ୍ୟ ଦେଇନାହାଁନ୍ତି । ପରେ ଏହି ଘଟଣାରେ କୁଳିଅଣା ବିଇଓ କହିଛନ୍ତି ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରାଯିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details