ଓଡିଶା

odisha

ETV Bharat / state

ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥା: ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ - ତିରିଂ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିବାର ଖବର

ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଲକ ଅନ୍ତର୍ଗତ ତିରିଂ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲର ମୁଖ୍ୟ ଗେଟରେ ତାଲା ପକେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ
ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

By

Published : Apr 6, 2022, 6:34 PM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଲକ ଅନ୍ତର୍ଗତ ତିରିଂ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲର ମୁଖ୍ୟ ଗେଟରେ ତାଲା ପକେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ତେବେ ତିରିଂ ସ୍ଥିତ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟଟି ୩୦୦ ବେଡ୍ ବିଶିଷ୍ଟ ଆଦିବାସୀ ହରିଜନ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ର‌ହିଛି । ବିଦ୍ୟାଳୟର ଶୌଚାଳୟ, ପରିଶ୍ରାଗାର ସବୁ ବ୍ୟବହାରଯୋଗ୍ୟ ନଥିବାରୁ ବିଦ୍ୟାଳୟ ପରିସର ବାହାରକୁ ଯିବାକୁ ପଡିଥାଏ ହେଲେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟଟିକୁ ମଧ୍ୟ ବିଦ୍ୟାଳୟର ଶିକ୍ଷକ ବନମାଳୀ ଜେନାଙ୍କ ଆଦେଶ କ୍ରମେ ତାଲା ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ରୋଷେଇ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କାଠ ବହି ଆଣିବା, କାଠ କାଟିବା ପରି କାର୍ଯ୍ୟ କରିବାକୁ ବାଧ୍ୟ କରାଯିବା, ବିଦ୍ୟାଳୟ ଶ୍ରେଣୀ ଆରମ୍ଭରେ ଘଣ୍ଟି ବଜାଇବା, ଛୁଟି ଘଣ୍ଟି ବଜାଇବା ପିରିୟଡ ଅନୁସାରେ ଘଣ୍ଟି ବଜାଇବା ପରି ପିଅନଙ୍କ କାମ ମଧ୍ୟ ଛାତ୍ରଛାତ୍ରୀଙ୍କୁ କରିବାକୁ ପଡିଥାଏ । ହଷ୍ଟେଲରେ ଲକଡାଉନ ବେଳର ପୁରୁଣା ଷ୍ଟୋକ ପୋକରା ଚାଉଳର ଭାତ, ପାଣିଚିଆ ଡାଲି, ଗୋଟାଏ ଆଳୁ ଦୁଇ ଛାତ୍ରଛାତ୍ରୀଙ୍କୁ ଦିଆଯିବା, ଜଳଖିଆରେ ଅଳ୍ପ ମାତ୍ରାରେ ଶୁଖିଲା ଚୁଡା ଓ ଚିନି ଦିଆଯିବା, ମେନ୍ୟୁ ଅନୁସାରେ ଖାଦ୍ୟ ଦିଆନଯାଇ ପ୍ରତ୍ୟକ ଦିନ ଆଳୁ ତରକାରୀ ଦିଆଯିବା, ପାନୀୟ ଜଳ ସମସ୍ୟା ଥିବାରୁ ରାତି ବେଳେ ବାହାରୁ ଛାତ୍ର ମାନଙ୍କୁ ପାଣି ବୋହି ଆଣିବାକୁ ବାଧ୍ୟ କରିଥାନ୍ତି ଶିକ୍ଷକ ।

ଏହାସହ ଗାଧୋଇବା ପାଇଁ ପାଣିର ସମସ୍ୟା ରହିଛି । ହଷ୍ଟେଲ ମ୍ୟାଟ୍ରନ କେବଳ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଦରଜ କରିବାବେଳେ ରହିଥା’ନ୍ତି । ଉପର ମହଲାରେ ପଙ୍ଖା ନଥିବା ବେଳେ ସୁଇଚ, ତାର ଏବଂ ବଲବ ନଥିବାର ଅଭିଯୋଗ କରାଯିବା ବେଳେ ଛାତ୍ରଛାତ୍ରୀ ନିଜେ କିଣିବେ ବୋଲି ଆଦେଶ ଦିଆଯାଇଥିଲା । ଛାତ୍ରୀଙ୍କୁ ସାନିଟାରୀ ପ୍ୟାଡ ମଧ୍ୟ ଯୋଗାଇ ଦିଆଯାଉନଥିବାବେଳେ ମୂଷା କାଟିଦେଇଥିବା ପୁରୁଣା ସରକାରୀ (ଖୁସି) ସାନିଟାରି ପ୍ୟାଡ ବ୍ୟବହାର କରିବାକୁ ଦିଆଯାଉଥିବା ଛାତ୍ରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀଙ୍କ ଦେହ ଅସୁସ୍ଥ ହେଲେ ଅବହେଳା କରିବା, ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଜିନିଷ ବାଟମାରଣା ହେଉଥିବା ପରି ବିଭିନ୍ନ ଅଭିଯୋଗ ଗୁଡିକୁ ନେଇ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ ।

ତେବେ ମ୍ୟାଟ୍ରନ୍ ଏବଂ ବନମାଳୀ ଜେନା ସାରଙ୍କ ତୁରନ୍ତ ବଦଳି ସହ ସମସ୍ୟା ଗୁଡିକର ସମାଧାନ ଦାବି କରିଥିଲେ ଛାତ୍ରଛାତ୍ରୀ । ସେପଟେ ଏ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରଧାନ ଶିକ୍ଷକ ହରିହର ଗିରି ଦର୍ଶାଇଥିବା ବେଳେ ତିରିଂ ବିଡିଓ, ତହସିଲଦାର ଓ ବ୍ଲକ ଶିକ୍ଷା ଅଧିକାରୀ ସାତ ଦିନ ମଧ୍ୟରେ ସମସ୍ୟା ଗୁଡିକର ସମାଧାନ ଏବଂ ଛାତ୍ରଛାତ୍ରୀଙ୍କ ଦାବି ପୂରଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । ଦେଶର ଭବିଷ୍ୟତ କୁହାଯାଉଥିବା ଏଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଆଉ କେତେ ଦିନ ଖେଳିବେ ସରକାରୀ କର୍ମଚାରୀ ଅଥବା ସରକାରୀ ଅଧିକାରୀ ମାନେ ଓ କେବେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details