ଓଡିଶା

odisha

ETV Bharat / state

ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା, ପରୀକ୍ଷା ନଦେଇ ଗେଟରେ ପକାଇଲେ ତାଲା - ଛାତ୍ର ଉତ୍ତେଜନା

ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା । ଏଠାରେ 2ଜଣ ଛାତ୍ର ପରୀକ୍ଷା ବେଳେ ସ୍କୁଲ ୟୁନିଫର୍ମ ନପିନ୍ଧି ଆସିବାରୁ ଅଧ୍ୟକ୍ଷ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ । ଯାହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଫଳରେ ଛାତ୍ରଛାତ୍ରୀ ପରୀକ୍ଷା ନଦେଇ ଗେଟରେ ତାଲା ପକାଇଥିବା ଖବର ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 25, 2019, 11:58 PM IST

ବାରିପଦା: ମୟୁରଭଞ୍ଜର ସାରସକଣସ୍ଥିତ ଝାରପୋଖରୀଆରେ ଥିବା ସୀମାନ୍ତ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଏଠାରେ ଯୁକ୍ତ 3ର ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ଦ୍ବିତୀୟ ଦିନ ଅନୁଷ୍ଠିତ ହୋଇଥିବା ପରୀକ୍ଷା ନଦେଇ କଲେଜ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ।

ଗୁରୁବାର କିଛି ଛାତ୍ର କଲେଜ ଗେଟକୁ ତାଲା ପକାଇ ଦେଇ ନାରାବାଜି ଦେଇଥିଲେ । ଗତକାଲି ଦୁଇଜଣ ଛାତ୍ର ୟୁନିଫର୍ମରେ ଆସିନଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ମହାପାତ୍ର ଏବଂ ଅଧ୍ୟାପକ ପ୍ରଦ୍ୟୁମ୍ନ ବସା ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ ବୋଲି କଲେଜ ଛାତ୍ରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ମହାପାତ୍ର କହିଥିଲେ ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ନୋଟିସ ଦିଆଯାଇଛି ମାତ୍ର ତାହାକୁ ଖାତିର ନକରି ସେହି ଛାତ୍ରଦ୍ୱୟ କଲେଜର ୟୁନିଫର୍ମ ପିନ୍ଧି ଆସିନଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେମାନେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଆସିଥିବାରୁ ସେମାନଙ୍କୁ ପରୀକ୍ଷା ହଲ ଭିତରେ ପ୍ରବେଶ କରିବାକୁ ଦିଆଯାଇନଥିଲା। ପରେ ଝାରପୋଖରୀଆ ଥାନା ଆଇଆଇସି ଶରତ କୁମାର ମହାଳିକ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମୁଖ୍ୟ ଫାଟକରେ ତାଲା ପଡିଥିବାରୁ ପ୍ରବେଶ କରିପାରିନଥିଲେ । ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବାବଦରେ ଛାତ୍ର ଏବଂ ତାଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details