ଓଡିଶା

odisha

ETV Bharat / state

ଛାତ୍ର ସଂସଦ ନିର୍ବାଚନରେ ପରିବର୍ତ୍ତନକୁ ନେଇ ବଢୁଛି ଛାତ୍ରଛାତ୍ରୀଙ୍କ ଆକ୍ରୋଶ - ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ

ଚଳିତ ବର୍ଷ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ଇଲେକସନ୍ ମାଧ୍ୟମରେ ନକରାଯାଇ ଚୟନ କ୍ରିୟା ମାଧ୍ୟମରେ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଥିବା କଲେଜ ଗୁଡିକରେ ତେଜିଛି ଆନ୍ଦୋଳନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ/ବ୍ରହ୍ମପୁର

By

Published : Aug 25, 2019, 12:42 AM IST

ବାରିପଦା/ବ୍ରହ୍ମପୁର: ଚଳିତ ବର୍ଷ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ଇଲେକସନ୍ ମାଧ୍ୟମରେ ନକରାଯାଇ ସିଲେକସନ୍ ପ୍ରକ୍ରିୟା ମାଧ୍ୟମରେ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଥିବା କଲେଜ ଗୁଡିକରେ ତେଜିଛି ଆନ୍ଦୋଳନ। ତେବେ ଏହି ଆନ୍ଦୋଳନରୁ ବାଦ ପଡିନାହିଁ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ/ବ୍ରହ୍ମପୁର

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରଛାତ୍ରୀମାନେ ଉତ୍ତର ଓଡିଆ ବିଶ୍ବବିଦ୍ୟାଳୟ ପ୍ରବେଶ ପଥକୁ ବନ୍ଦ ରଖି ଆନ୍ଦୋଳନ କରିଛନ୍ତି। ସରକାରଙ୍କ ମନମୂଖି କାର୍ଯ୍ୟ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇଲେକ୍ସନ ବନ୍ଦ କରି ସିଲେକ୍ସନ ନୀତିକୁ ବିରୋଧ କରିଛନ୍ତି ଆନ୍ଦୋଳନରେ ବସିଥିବା ଛାତ୍ରଛାତ୍ରୀମାନେ ।

ଏଥିସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ ମଧ୍ୟ କରିଛନ୍ତି ଛାତ୍ରଛାତ୍ରୀ । ଆଗାମୀ ଦିନରେ ଏହା ସମାଧାନ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବେ ବୋଲି କହିଛନ୍ତି ଏବିଭିପିର ଛାତ୍ର ନେତାମାନେ ।

ସେହିପରି ଶନିବାର ବ୍ରହ୍ମପୁର ଠାରେ ଛାତ୍ର କଂଗ୍ରେସର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନ୍ୟପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏହି ଘଟଣାକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details