ବାରିପଦା: ଓଡିଶା ବିଦ୍ୟାଳୟର 150ରୁ ଉର୍ଦ୍ଧ୍ବ ଇଣ୍ଟିଗ୍ରେଟେଡ ବିଇଡି ଏବଂ ଏମଇଡି ଛାତ୍ରଛାତ୍ରୀଙ୍କ ପଦଯାତ୍ରା । ବାରିପଦା ତକତପୁରରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ତେବେ ଅଭିଯୋଗ ଅନୁଯାୟୀ ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓ ଟି ଇ ଟି ଏବଂ ଓ ଏସ ଟି ଇ ଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିବାରୁ ମଙ୍ଗଳବାର ପଦଯାତ୍ରା ଆରମ୍ଭ କରିଥିଲେ ।
ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା ସମାପ୍ତ - ବାରିପଦା ତକତପୁର
ବାରିପଦା ତକତପୁରରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ଭୁବନେଶ୍ବର ଅଭିମୁଖେ ଆରମ୍ଭ ହୋଇଥିବା ପଦଯାତ୍ରାର ସମାପ୍ତି ହୋଇଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ସହ ଆଗାମୀ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ପ୍ରତ୍ରିଶ୍ରୁତି ଦେବାପରେ ପଦଯାତ୍ରାରୁ ଓହରି ଥିଲେ ।

ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା ସମାପ୍ତ
ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା ସମାପ୍ତ
ଏନେଇ ବିଭିନ୍ନ ସମୟରେ ସରକାରଙ୍କୁ ଜଣାଇଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ କରି ନଥିବାରୁ ବାଧ୍ୟ ହୋଇ ପଦଯାତ୍ରାରେ ବାହାରିଥିଲେ । ତେବେ ପଦଯାତ୍ରା ଆରମ୍ଭ ହେବାପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ସହ ଆଗାମୀ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ପ୍ରତ୍ରିଶ୍ରୁତି ଦେବାପରେ ପଦଯାତ୍ରାରୁ ଓହରି ଥିଲେ । ଅନପକ୍ଷରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଲିଖିତ ପ୍ରତ୍ରିଶ୍ରୁତି ମଧ୍ୟ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ