ଓଡିଶା

odisha

ETV Bharat / state

ଫି ହ୍ରାସକୁ ନେଇ 4 ଦିନରେ ପହଞ୍ଚିଲା ଅନଶନ - ବାରିପଦା ଆମରଣ ଅନଶନ

ବାରିପଦା ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ର ରି-ଆଡ଼ମିଶନ ଫି ହ୍ରାସ ଦାବିରେ ଆରମ୍ଭ ହୋଇଥିବା ଆମରଣ ଅନଶନ ଶୁକ୍ରବାର ଚତୁର୍ଥ ଦିନରେ ପହଞ୍ଚିଛି। ଅଧିକ ପଢନ୍ତୁ...

ଫି ହ୍ରାସକୁ ନେଇ 4 ଦିନରେ ପହଞ୍ଚିଲା ଅନଶନ
ଫି ହ୍ରାସକୁ ନେଇ 4 ଦିନରେ ପହଞ୍ଚିଲା ଅନଶନ

By

Published : Oct 9, 2020, 6:39 PM IST

ବାରିପଦା: ରି-ଆଡମିଶନ ଫି ହ୍ରାସ ଦାବିରେ ବାରିପଦା ତକତପୁରସ୍ଥିତ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ 4 ଦିନ ହେବ ଆମରଣ ଅନଶନରେ ବସିଛନ୍ତି ଛାତ୍ରାଛାତ୍ରୀ । ଗତ ମଙ୍ଗଳବାର ରିଆଡମିଶନ ଫି ବୃଦ୍ଧିକୁ ବିରୋଧ କରି ବିଶ୍ବବିଦ୍ୟାଳୟର ମୁଖ୍ୟ ପାଠକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ ।

ଫି ହ୍ରାସକୁ ନେଇ 4 ଦିନରେ ପହଞ୍ଚିଲା ଅନଶନ

ତେବେ ଛାତ୍ରଛାତ୍ରୀ ଦୁଇଦିନ ହେବ ଆମରଣ ଅନଶନରେ ବସିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ବାବଦେ କୌଣସି ଆଲୋଚନା କିମ୍ବା ସାକ୍ଷାତ ମଧ୍ୟ କରିନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ତୀବ୍ରତର କରିବା ସହ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ତେବେ ଶୁକ୍ରବାର ଛାତ୍ରଛାତ୍ରୀମାନଙ୍କ ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି। ଅନଶନରେ ବସିଥିବା ଛାତ୍ର ସମୀର କୁମାର ଦାସଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି ।

ତେବେ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ଟ୍ୟୁସନ ଫିର ୫୦ ପ୍ରତିଶତ ଛାଡ଼ କରିବାକୁ କର୍ତ୍ତୃପକ୍ଷ ରାଜି ଥିବା ବେଳେ ୭୫ ପ୍ରତିଶତ ଛାଡ଼ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଏହି ଅନଶନ କରୁଛନ୍ତି। ବିଶ୍ବବିଦ୍ୟାଳୟର ଛାତ୍ର ଚିତ୍ତେଶ୍ବର ବେହେରା, ଜୟଦେବ ପଣ୍ଡା, ବିଶ୍ବରଞ୍ଜନ ରାଉତ, ଆଶୁତୋଷ ଦେ, ସମୀର କୁମାର ଦାସ, ପ୍ରଦୀପ କୁମାର ମୁର୍ମୁ ପ୍ରମୁଖ ରିଆଡ଼ମିଶନ ଫି ହ୍ରାସ ଦାବିରେ ଆମରଣ ଅନଶନରେ ବସିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details