ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେଗା ନିକଟ ୨୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ଭଉଣୀ ଓ ମାମୁଁ ଗୁରୁତର ଆହତ ହୋଇ ବାରିପଦା PRM ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡି଼ଛି ।
ତିରିଂ ଥାନା ସାନଭୁଣ୍ଡୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଖରୀଆ ଗ୍ରାମର ଲାଲମୋହନ ବାସ୍କେଙ୍କ ଦୁଇ ଝିଅ ଦିଗିମଣୀ ବାସ୍କେ (୧୯) ଓ ରାକ୍ଷୀ ବାସ୍କେ (୧୭) ତିରିଂ ଥାନା ଅନ୍ତର୍ଗତ ପୋଡାଚାକଡି ଗ୍ରାମର ମାମୁଁ ଗୋପାଲ ମୁର୍ମୁ (୩୯)ଙ୍କ ସହ ଯାଉଥିଲେ । ସେମାନେହାଟବାଦଡା ସ୍ଥିତ ଦେବୀ କଲେଜରେ ଫର୍ମ ପୂରଣ ପାଇଁ ଏକ ବାଇକ ଯୋଗେ ଯାଉଥିବା ଜଣାପଡ଼ିଛି । ଏହି ସମୟରେ ବହଳଦା ନିକଟସ୍ଥ ବାଗଡେଗା ମୁତ୍ରୀନାଳ ପୋଲ ନିକଟରେ ବହଳଦା ପୋଲିସ୍ ହେଲମେଟ୍ ଚେକିଂ ଚଳାଇଥିବା ଦେଖି ମୃତକଙ୍କ ମାମୁ ବାଇଟିକୁ ବୁଲାଇଥିବାବେଳେ ପଛପଟୁ ଆସୁଥିବା ଏକ ହାଇଓ୍ବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା।