ଓଡିଶା

odisha

ETV Bharat / state

ଛାତ୍ରୀ ମୃତ୍ୟୁ ଘଟଣା, 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ - rairangpur police

ଗତ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳ ଛାତ୍ରୀ ମୃତ ଘଟଣା । 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ ।

ଛାତ୍ରୀ ମୃତ ଘଟଣା, 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ

By

Published : Aug 29, 2019, 3:25 PM IST

ରାଇରଙ୍ଗପୁର: ଗତ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳରେ ଆଇରନ ବୋଝେଇ ଡମ୍ଫର ଚାପାରେ ଆରତୀ ବଦ୍ରା ନାମକ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଛାତ୍ରୀ ମୃତ ଘଟଣା, 7 ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ

ତେବେ ଡମ୍ଫର ଚାଳକକୁ ଉତ୍ତ୍ୟକ୍ତ ଲୋକେ ପୋଲିସ ସମ୍ମୁଖରେ କଙ୍ଗାରୁ କୋର୍ଟ କରି ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ । ଏହାସହ ଆଇରନ ମାଇନ୍ସ କାର୍ଯାଳୟ ଘେରାଉ କରି ଭଙ୍ଗାରୁଜା କରିଥିଲେ । ଏନେଇ ପୋଲିସକୁ ଉକ୍ତ ଡମ୍ଫର ଚାଳକର ଭାଇ ଏବଂ ଆଇରନ ମାଇନ୍ସ ମାଲିକ ଏକ ଲିଖିତ ଅଭିଯୋଗ କରିଥିଲେ ।

ଯାହାକୁ ନେଇ ଗତକାଲି(ବୁଧବାର) ରାତିରେ ବାଦାମପାହାଡ ପୋଲିସ ବାଦାମପାହାଡ ଅଞ୍ଚଳରୁ ସାତ ଜଣକୁ ଗିରଫ କରିଛି । ପରେ ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରି ମାଇନା କରାଇ ରାଇରଙ୍ଗପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।

ଏହାସହ ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details