ଓଡିଶା

odisha

ETV Bharat / state

23 ଦଫା ଦାବି ନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ - labour group strike for 23 demand

ସୋମବାର 23 ଦଫା ଦାବି ନେଇ ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଭିନ୍ନ ଶ୍ରମିକ ସଂଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 23, 2019, 10:44 PM IST

ବାରିପଦା: 23 ଦଫା ଦାବି ନେଇ ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ । ସୋମବାର ରାଜ୍ୟବ୍ୟାପୀ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ 23 ଦଫା ଦାବି ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଆଠଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର କୋଇଲା, ଅଶୋଧିତ ତୈଳ, ତୈଳ ବିଶୋଧନାଗାରର ଉତ୍ପାଦିତ ସାମଗ୍ରୀ, ପ୍ରାକୃତିକ ଗ୍ୟାସ, ସାର, ସିମେଣ୍ଟ, ଓ ବିଦ୍ୟୁତ କ୍ଷେତ୍ରରେ ମାନ୍ଦାବସ୍ଥା ଓ ଅଭିବୃଦ୍ଧି ହାର 2 ପ୍ରତିଶତ ମାତ୍ରାକୁ ନେଇ ଏହି ବିକ୍ଷୋଭ କରାଯାଇଛି।

ତେବେ ମୟୂରଭଞ୍ଜ ଭଳି ଏତେ ବଡ ଜିଲ୍ଲାରେ ଗୋଟିଏ ଶ୍ରମ ଅଫିସ ଥିବାରୁ ଶ୍ରମିକମାନଙ୍କ ପଞ୍ଜିକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲାର ସବଡିଭିଜନସ୍ତରୀୟ ଶ୍ରମ ଅଫିସ ଖୋଲିବାକୁ ଏହି ବିକ୍ଷୋଭ ଦାବି କରିଛି ସଂଗଠନ। ଏଥିସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶ୍ରମିକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ଦାବି କରିଛି ସଂଗଠନ।


ଜିଲ୍ଲାରେ ଥିବା ଓଡିଶା କନଷ୍ଟ୍ରକ୍ସନ, ୱାର୍କସ ୟୁନିୟନ, ସିଆଇଟିୟୁ , ଏସୟୁସିଆଇ ପକ୍ଷରୁ ଶତାଧିକ ଶ୍ରମିକ ବିଭିନ୍ନ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details