ଓଡିଶା

odisha

ETV Bharat / state

ମୟୂରଭଞ୍ଜରରେ କଡାକଡି ସଟଡାଉନ୍‌ - Strict shutdown in Mayurbhanj in the second week

ମୟୂରଭଞ୍ଜରେ କୋରୋନା ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି ସଟଡାଉନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ମାସ ପ୍ରତ୍ୟେକ ଶନିବାର ଏବଂ ରବିବାର ଜିଲ୍ଲାକୁ ସଟଡାଉନ କରାଯାଉଛି । ଅଧିକ ପଢନ୍ତୁ...

ମୟୁରଭଞ୍ଜରେ ଦ୍ବିତୀୟ ସପ୍ତାହରେ କଡାକଡି ସଟଡାଉନ, ମୋଟ ୩୨୬ ଆକ୍ରାନ୍ତ
ମୟୁରଭଞ୍ଜରେ ଦ୍ବିତୀୟ ସପ୍ତାହରେ କଡାକଡି ସଟଡାଉନ, ମୋଟ ୩୨୬ ଆକ୍ରାନ୍ତ

By

Published : Jul 11, 2020, 12:36 PM IST

ବାରିପଦା: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬ ଛୁଇଁଛି । ଏଥି ମଧ୍ୟରେ ୨୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଏବେ ୧୧୧ ଜଣ ଚିକିତ୍ସାଧୀନ ଅଛନ୍ତି। ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ଶନିବାର ଏବଂ ରବିବାର ସଟଡାଉନ ରଖିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ସଟଡାଉନ ରଖାଯାଇଛି । ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ଲାଗୁ ରହିବ।

ମୟୁରଭଞ୍ଜରେ ଦ୍ବିତୀୟ ସପ୍ତାହରେ କଡାକଡି ସଟଡାଉନ, ମୋଟ ୩୨୬ ଆକ୍ରାନ୍ତ

ଜୁଲାଇ ମାସ ଦ୍ବିତୀୟ ଶନିବାରରେ ସଟଡାଉନ ପାଇଁ ସମ୍ପୂର୍ଣ୍ଣ ଜିଲ୍ଲା ଲକ୍‌ ରହିଛି । ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିବା ବେଳେ, ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି। ମେଡିକାଲ ଓ ମେଡିସିନ ଦୋକାନ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି। କାମ ନଥାଇ ବାହାରେ ବୁଲାବୁଲି କରୁଥିବାରୁ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଜିଲ୍ଲାର ସଦର ମହକୁମା ବାରିପଦା ସହର ସମେତ କରଞ୍ଜିଆ, ଉଦଳା, ଯଶିପୁର ସହ ଅନ୍ୟାନ୍ୟ ଅଞ୍ଚଳରେ ଦୋକାନ ବଜାର, ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଇତ୍ୟାଦି ବନ୍ଦ ରହିଛି । ପ୍ରମୁଖ ଛକ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାବେଳେ, ସ୍ଥାନୀୟ ଆକ୍ରାନ୍ତ ଏବଂ କୋରୋନା ଯୋଦ୍ଧାଙ୍କ ସଂକ୍ରମିତ ହେବା ଜିଲ୍ଲାପ୍ରଶାସନ ପାଇଁ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details