ଓଡିଶା

odisha

ETV Bharat / state

ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ, ଥାନାରେ କଲା ଆତ୍ମସମର୍ପଣ - ସାମାନ୍ୟ ବଚସାରୁ ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ

ନିଶାସକ୍ତ ଅବସ୍ଥାରେ ପୁଅର ବର୍ବରକାଣ୍ଡ । ସାମାନ୍ୟ ବଚସାରୁ ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ । ଅଧିକ ପଢନ୍ତୁ

son kills mother in mayurbhanj
son kills mother in mayurbhanj

By

Published : Mar 10, 2023, 9:24 AM IST

son kills mother in mayurbhanj

ରାଇରଙ୍ଗପୁର:ସଇତାନ ସାଜିଲା ସନ୍ତାନ । ମାଆର ସ୍ନେହକୁ ଭୁଲି ଗଲା ପୁଅ । ଯେଉଁ ମାଆ ଦଶ ମାସ ଦଶ ଦିନ ଗର୍ଭଯନ୍ତ୍ରଣା ପାଇ ପୁଅକୁ ଜନ୍ମ ଦେଇଥିଲା ସେଇ ପୁଅ ହେଲା ରକ୍ତ ମୁଖା । ଯେଉଁ ହାତରେ ମାଆର ହାତ ଧରି ଚାଲିବା ଶିଖିଥିଲା ସେହି ହାତରେ ମାଆକୁ ତଣ୍ଟିଚିପି ହତ୍ୟା କଲା ପୁଅ । ନିଶାସକ୍ତ ଅବସ୍ଥାରେ ଏପରି ବର୍ବର କାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛି ମାତୃହନ୍ତା । ଏଭଳି ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗ୍ରାମରେ । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି କାର୍ମି ମୁର୍ମୁ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ଗଜେନ୍ଦ୍ର ମୁର୍ମୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଏହାପରେ ମାଆ କାର୍ମି ମୁର୍ମୁଙ୍କ ସହିତ ଝଗଡ଼ା କରିଥିଲେ ଗଜେନ୍ଦ୍ର । ଯାହା ପର ମୁହୁର୍ତ୍ତରେ ନେଇଥିବା ଉଗ୍ରରୂପ । ଶେଷରେ ଅସହିଷ୍ଣୁତାର ବଶବର୍ତ୍ତୀ ହୋଇ ମାଆକୁ ତଣ୍ଟି ଚିପି ହତ୍ୟା କରିଥିଲା ପୁଅ । ଘଟଣାସ୍ଥଳରେ କାର୍ମିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ସକାଳୁ ଗଜେନ୍ଦ୍ର ବାଙ୍ଗିରିପୋଷି ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ସେଠାରେ ପୋଲିସ ସମ୍ମୁଖରେ ଘଟଣା ସମ୍ପର୍କରେ କହିଥିବା ଅଭିଯୁକ୍ତ ପୁଅ। ଏହାପରେ ବାଙ୍ଗିରିପୋଷି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଧିକ ତଦନ୍ତ ପାଇଁ ବାରିପଦା ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

ସେପଟେ ବାରିପଦା ଏସଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଥିଲେ। ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ବୃଦ୍ଧା ଜଣଙ୍କ ମୃତଦେହକୁ ଜବତ କରଯାଇ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା ପୋଲିସ। ତେବେ ଡାହାଣୀ ସନ୍ଦେହରେ ନିଶାସକ୍ତ ପୁଅ ଗଜେନ୍ଦ୍ର ନିଜ ମାଆକୁ ହତ୍ୟା କରିଥିବା ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ତେବେ କେଉଁ କାରଣରୁ ଗଜେନ୍ଦ୍ର ତାଙ୍କ ମାଆ କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।

ଗତ ବୁଧବାର ପାରିବାରିକ କଳହକୁ ନେଇ ବଲାଙ୍ଗୀରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । କଳହକୁ ନେଇ ଜ୍ବାଇଁକୁ ହତ୍ୟା କରିଥିଲେ ଶ୍ବଶୁର ଘର ଲୋକେ । ଜ୍ବାଇଁକୁ ପିଟିପିଟି ହତ୍ୟା ପରେ ମୃତଦେହକୁ ଅଖାରେ ପୁରାଇ ଫୋପାଡିବାକୁ ଯୋଜନା କରିଥିଲେ । ଶେଷରେ ପୋଲିସ ହାତରେ ଧରାପଡିଲେ ଶ୍ବଶୁର ଘର ଲୋକେ । ମୃତକ ଜଣଙ୍କ ହେଉଛନ୍ତି ବରଗଡ ପଦ୍ମପୁର ଥାନା ଗଡଭାଟି ଗାଁର ରୁଦ୍ରମେହର । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details