ରାଇରଙ୍ଗପୁର: ମାତ୍ର ୧୦୦ ଟଙ୍କା ପାଇଁ ପୁଅ ଭୁଲିଗଲା ମମତା । ଭୁଲି ଗଲା ମାଆର ସ୍ନେହ ଆଦର । ୧୦୦ ଟଙ୍କା ପାଇଁ ମାଆକୁ ପିଟିପିଟି ଜୀବନ ନେବାକୁ ବି ପଛାଇଲାନି ପୁଅ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ଗ୍ରାମରେ ।
ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ରାତି ପାଖାପାଖି ୯ଟା ସମୟରେ ମାଆ ସାଳନ୍ଦୀ ନାଏକ(୬୦) କୁ ୧୦୦ ଟଙ୍କା ମାଗିଥିଲା ପୁଅ ସରୋଜ(୨୧) । ପରିବାର ଗରିବ ଖଟିଖିଆ ଶ୍ରେଣୀର ହୋଇଥିବାରୁ ପୁଅକୁ ୧୦୦ ଟଙ୍କା ଦେଇପାରିନଥିଲା ମାଆ । ଫଳରେ ରାଗରେ ତମତମ ହୋଇ ପାଖରେ ଥିବା ଏକ ଠେଙ୍ଗା ସାହାଯ୍ୟରେ ବାରମ୍ବାର ମାଆକୁ ପିଟିପିଟି ହତ୍ୟା କଲା ପୁଅ ।